
ଅନୁଗୋଳ ଅଫିସ,୨୯।୩(ମାନସ ବିଶ୍ୱାଳ): ସାରା ରାଜ୍ୟରେ ଶନିବାର ସମସ୍ତ ବାର ଆସୋସିଏସନର ନିର୍ବାଚନ ଅନୁଷ୍ଠିତ ହୋଇଛି। ପୂର୍ବାହ୍ନ ୭ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଭୋଟ ମତଦାନ ସମୟ ଥିବାବେଳେ ଅପରାହ୍ନ ୪ଟା ସମୟରେ ଗଣତି କାର୍ଯ୍ୟକ୍ରମ ଆରମ୍ଭ ହେବ। ଅନୁଗୋଳ ଜିଲା ବାର ଆସୋସିଏସନର ମୋଟ ୬୨୮ ସଦସ୍ୟ ଅଛନ୍ତି। ସଭାପତି ପଦବୀ ପାଇଁ ୩ ଜଣ, ଉପସଭାପତି ପଦବୀରେ ୩ ଜଣ, ସମ୍ପାଦକ ପଦବୀରେ ୪ ଜଣ ଏବଂ କୋଷାଧକ୍ଷ ପଦବୀରେ ୨ ଜଣ ପ୍ରତିଦ୍ବନ୍ଦିତା କରୁଥିବାର ଜଣାପଡିଛି। ପ୍ରାୟ ୮୦% ମତଦାନ ହୋଇ ଥିବାବେଳେ ପ୍ରାର୍ଥୀଙ୍କ ଭାଗ୍ୟ ବାଲାଟ ବାକ୍ସରେ ରହିଛି।