Categories: ଜାତୀୟ

ଏନ୍‌ଆର୍‌ଆଇଙ୍କୁ ମତଦାନ ଅଧିକାର: କେନ୍ଦ୍ରକୁ ରିପୋର୍ଟ ତଲବ

ନୂଆଦିଲ୍ଲୀ,୧୮ା୮: ବିଦେଶରେ ରହୁଥିବା ଭାରତୀୟ (ଏନ୍‌ଆର୍‌ଆଇ)ମାନଙ୍କୁ ଦେଶରେ ମତଦାନ ଅଧିକାର ଦେବା ପାଇଁ ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଖଲ ହୋଇଛି। ସିଜେଆଇ ଏନ୍‌.ଭି. ରମନାଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ବୁଧବାର ଏହାର ଶୁଣାଣି କରି କେନ୍ଦ୍ର ସରକାର ଏବଂ ନିର୍ବାଚନ କମିଶନଙ୍କୁ ଜବାବ ମାଗିଛନ୍ତି। କେରଳ ପ୍ରବାସୀ ଆସୋସିଏଶନ ପକ୍ଷରୁ ଦାଏର ଏହି ପିଆଇଏଲ୍‌କୁ ଏ ସମ୍ପର୍କିତ ଅନ୍ୟ ଏକ ମାମଲା ସହ ଏକତ୍ର ଶୁଣାଣି କରିବା ପାଇଁ ଟ୍ୟାଗ୍‌ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେବା ସହ ନୋଟିସ୍‌ ଜାରି କରିଛନ୍ତି।

Share