Categories: ଜାତୀୟ

ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ସମୟରେ କୁଚବିହାର ଅଞ୍ଚଳରେ ହୋଇଥିବା ହିଂସାକୁ ନେଇ ରାଜ୍ୟରେ ଅଭାବନୀୟ ସ୍ଥିତି ସୃଷ୍ଟି ହୋଇଛି। ବୁଥ୍‌ ନମ୍ବର ୧୨୬ରେ ମତଦାନ ସ୍ଥଗିତ ରଖିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସିଆଇଏସ୍‌ଏଫ୍‌ ଏବଂ ଏଡିଜିପିଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି। ସନ୍ଧ୍ୟା ୫ ସୁଦ୍ଧା ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ।

Share