ନୂଆଦିଲ୍ଲୀ/ଭୁବନେଶ୍ୱର,୧୨।୫: ମେ ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚତୁର୍ଥ ପର୍ଯ୍ୟାୟରେ ଦେଶର ୧୦ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୯୬ଟି ସିଟ୍ରେ ଭୋଟ ଗ୍ରହଣ କରାଯିବ। ଆନ୍ଧ୍ରପ୍ରଦେଶର ସମସ୍ତ ୨୫ଟି ଆସନରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ତେଲେଙ୍ଗାନାର ୧୭ଟି ନିର୍ବାଚନମଣ୍ଡଳୀ ସହିତ ଉତ୍ତରପ୍ରଦେଶର ୧୩ଟି, ମହାରାଷ୍ଟ୍ରରେ ୧୧ ଟି, ପଶ୍ଚିମବଙ୍ଗରେ ୮ଟି, ମଧ୍ୟପ୍ରଦେଶରେ ୮ଟି, ବିହାରରେ୫ଟି ଆସନରେ ଭୋଟର ଅଂଶଗ୍ରହଣ କରାଯିବ।
ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ପାଇଁ ଶନିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି। ୧୩ ତାରିଖ ଭୋଟ ନେଇ ଚୂଡ଼ାନ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ପର୍ଯ୍ୟାୟରେ ଓଡ଼ିଶାର କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକ ସଭା କ୍ଷେତ୍ର ଓ ଏହା ଅଧୀନରେ ଥିବା ୨୮ ବିଧାନସଭା କ୍ଷେତ୍ର ପାଇଁ ଭୋଟ ଗ୍ରହଣ ହେବ । ୪ ଲୋକ ସଭା କ୍ଷେତ୍ର ପାଇଁ ୩୭ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ୨୮ ବିଧାନସଭା ଆସନ ପାଇଁ ୨୪୩ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ପର୍ଯ୍ୟାୟରେ ୪ଟି ସଂସଦୀୟ କ୍ଷେତ୍ରରେ ମୋଟ ୬୨,୮୭,୨୨୨ ମତଦାତା ନିଜର ମତଦାନ ଅଧିକାର ସାବ୍ୟସ୍ତ କରିବେ ।
ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ୧୭ଶହ ୧୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଏଥିରେ ଅଛନ୍ତି ଅନେକ ହେଭିୱେଟ ନେତା । ଅଖିଳେଶ ଯାଦବ ଉତ୍ତରପ୍ରଦେଶ କନୌଜରୁ ନିର୍ବାଚନ ଲଢୁଥିବା ବେଳେ ଶ୍ରୀନଗରରୁ ଓମାର ଅବଦୁଲ୍ଲା, ବିହାର ବେଗୁସରାଇରୁ ଗିରିରାଜ ସିଂହ, ଝାଡଖଣ୍ଡଢ ଖୁଂଟିରୁ ଅର୍ଜୁନ ମୁଣ୍ଡା, ଆନ୍ଧ୍ରପ୍ରଦେଶ କଡପ୍ପାରୁ ୱାଇଏସ୍ ଶର୍ମିଳା ର୍ନିବାଚନ ଲୁଛନ୍ତି । ପଶ୍ଚିମବଙ୍ଗ ବରହାମପୁରରୁ ଅଧି ରଞ୍ଜନ ଚୌଧୁରୀ, କ୍ରୀଷ୍ଣାନଗରରୁ ମହୁଆ ମୋଇତ୍ରା, ଆସନସୋଲରୁ ଶତ୍ରୁଘ୍ନ ସିହ୍ନା ଓ ହାଇଦ୍ରାବାଦରୁ ଅସଦୁଦ୍ଦିନ ଓୱେସୀଙ୍କ ଭାଗ୍ୟ ପରୀକ୍ଷା ହେବ ।
୨୦୧୯ରେ ଭାଜପା ୯୬ ଅସନରୁ ୪୨ଟି ଆସନରେ ବିଜୟୀ ହୋଇଥିଲା । ୱାଏସ୍ଆର୍ସିପି ୨୨ଟି, ବିଆରଏସ୍ ୯, କଂଗ୍ରେସ ୬, ଟିଏମ୍ସି ୪ ଏବଂ ଟିଡିପି ୩ଟି ଆସନରେ ବିଜୟୀ ହୋଇଥିଲା ।