୪୫ ବୁଥ୍‌ରେ ଆସନ୍ତା ୨୩ରେ ହେବ ସାନି ମତଦାନ

ଭୁବନେଶ୍ୱର,୧୯ା୨(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବାଧାପ୍ରାପ୍ତ ହୋଇଥିବା ବୁଥ୍‌ରେ ସାନି ମତଦାନ ଅନୁଷ୍ଠିତ ହେବ। ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ନିଷ୍ପତ୍ତି ହୋଇଛି। ଆସନ୍ତା ୨୩ରେ ୪ଟି ଜିଲା ଅର୍ଥାତ୍‌ ଯାଜପୁର, ଢେଙ୍କାନାଳ, ପୁରୀ, ଭଦ୍ରକର ୪୫ଟି ବୁଥ୍‌ରେ ସାନି ମତଦାନ କରିବେ ଭୋଟର। ସକାଳ ୯ରୁ ଅପରାହ୍ନ ୩ଟା ଯାଏ ମତଦାନ ଚାଲୁ ରହିବ।

ସୂଚନାଯୋଗ୍ୟ, ବିଭିନ୍ନ କାରଣରୁ ବିଶୃଙ୍ଖଳା ହୋଇଥିବାରୁ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥ୍‌ରେ ମତାଦାନ ବାଧାପ୍ରାପ୍ତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ୨୦ ବୁଥ୍‌ରେ ମତଦାନ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ବୁଥ୍‌ରେ ଅଶାନ୍ତି ଦେଖାଦେବା ପରେ ଜିଲାପାଳମାନେ ନିର୍ବାଚନ ଆୟୋଗକୁ ଆଉଥରେ ମତଦାନ କରିବା ପାଇଁ ସୁପାରିସ କରିଥିଲେ।

Share