ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନେଲେ ଶପଥ

ଅନୁଗୋଳ,୩୧ା୧୦(ମାନସ ବିଶ୍ୱାଳ): ଅନୁଗୋଳ ଜିଲା ପୋଲିସ ପ୍ରଶାସନ ପକ୍ଷରୁ ଗୁରୁବାର ପାଳିତ ହୋଇଛି ରାଷ୍ଟ୍ରୀୟ ଏକତା ଦିବସ। ଉପସ୍ଥିତ ସମସ୍ତ ପୋଲିସ ଅଧିକାରୀ ଓ କର୍ମଚାରୀ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନିଜର ଯୋଗଦାନ ନିମନ୍ତେ ଶପଥ ନେଇଥିଲେ।
ସହର ପିଟିସି ପଡ଼ିଆରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଆୟୋଜିତ ପରେଡ୍‌ରେ କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ଯୋଗ ଦେଇ ଅଭିବାଦନ ଗ୍ରହଣ କରିଥିଲେ। ପରେ ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନ ସମେତ ଉପସ୍ଥିତ ସମସ୍ତ ଅଧିକାରୀ ଓ ପୋଲିସ କର୍ମଚାରୀଙ୍କୁ ‘ମୁଁ ରାଷ୍ଟ୍ରୀୟ ଏକତା ଦିବସ ଶପଥ ଅବସରରେ ସତ୍ୟନିଷ୍ଠାରେ ଶପଥ ନେଉଛି କି ରାଷ୍ଟ୍ରର ଏକତା, ଅଖଣ୍ଡତା ଓ ସୁରକ୍ଷାକୁ ବଜାୟ ରଖିବା ପାଇଁ ନିଜକୁ ସମର୍ପିତ କରିବି ଏବଂ ଆମର ଦେଶବାସୀଙ୍କ ମଧ୍ୟରେ ଏହି ବାର୍ଷା ପ୍ରଚାର କରିବା ପାଇଁ ସମ୍ପୂର୍ଣ୍ଣ ପ୍ରୟାସ କରିବି। ମୁଁ ଏହି ଶପଥ ମୋର ଦେଶର ଏକତାର ଭାବନାରୁ ନେଉଛି ଯାହାକି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଦୂରଦର୍ଶିତା ଏବଂ କାର୍ଯ୍ୟ ଦ୍ବାରା ସମ୍ଭବ ହୋଇପାରିଥିଲା। ମୁଁ ଦେଶର ଆଭ୍ୟନ୍ତରୀଣ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ନିଜର ଯୋଗଦାନ ଲାଗି ମଧ୍ୟ ସତ୍ୟନିଷ୍ଠା ସହିତ ସଙ୍କଳ୍ପ କରୁଛି । ଏହାକୁ ଶପଥପାଠ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ବାଇକ୍‌, ଚାଲିଗଲା ଯୁବକଙ୍କ ଜୀବନ

ସଇଁତଳା,୩୧ା୧୦(ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଥାନା ବିବିନା ପଞ୍ଚାୟତ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସଇଁତଳା ପୋଲିସ ସୂତ୍ରରୁ...

ଚିକିତ୍ସିତ ହୋଇ ଫେରିବା ରାସ୍ତାରେ ଚାଲିଗଲା ବ୍ଲକ ବିଜେଡି ସଭାପତିଙ୍କ ଜୀବନ

ତିହିଡ଼ି,୩୧ା୧୦(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ବିଜେଡି ସଭାପତି ରଘୁନାଥ ପଣ୍ଡାଙ୍କର ଗୁରୁବାର ସକାଳେ ପରଲୋକ ହୋଇଯାଇଛି। ମୃତ୍ୟ ବେଳକୁ ତାଙ୍କୁ ୬୭ ବର୍ଷ...

କାଳୀପୂଜା ପାଇଁ ଚଳଚଞ୍ଚଳ ଭଦ୍ରକାଳୀ ପୀଠ, ଆଜି ବେଦମାତା ବେଶରେ ଭକ୍ତଙ୍କୁ ଦେଲେ ଦର୍ଶନ

ଭଦ୍ରକ,୩୧ା୧୦(ସନାତନ ରାଉତ): ଓଡ଼ିଶା ପ୍ରସିଦ୍ଧ ଭଦ୍ରକ କାଳୀପୂଜା ପାଇଁ ଚରମ୍ପା ସମେତ ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି l ଗୁରୁବାର...

ଭାଜପାରେ ଯୋଗଦେବେ ସୁନନ୍ଦା ଦାସ! ରାଜନୀତି ହଲଚଲ

ଭୁବନେଶ୍ୱର,୩୧।୧୦: ପଦ୍ମ ଧରିବେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ନଭେମ୍ବର ୩ ତାରିଖରେ ସେ ଭାଜପାରେ ମିଶିପାରନ୍ତି ବୋଲି ସୂଚନା ମିଳିଛି। ଶୁକ୍ରବାର...

ବିଭିନ୍ନ ପ୍ରକଳ୍ପ ପରିଦର୍ଶନ କରି ଅଧାପନ୍ତରିଆ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ ଦେଲେ ବିଡିଓ, ଋଷିମାଳ ପରେ ଏବେ…

ଦାରିଙ୍ଗବାଡ଼ି,୩୧ା୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ପଞ୍ଚାୟତ ସରାମୁଳି, ହାତୀମୁଣ୍ଡା, ଝିଞ୍ଜିରୀଗୁଡ଼ା, ଗଦାପୁର, ବ୍ରାହ୍ମଣୀଗାଁ ପଞ୍ଚାୟତ ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକୁ...

ସିମନବାଡ଼ି ଅଞ୍ଚଳରେ ମାତିଛନ୍ତି ଚୋର, ପୋଲିସ ନିକଟରେ ଅଭିଯୋଗ କରିବାକୁ ଅମଙ୍ଗ ବ୍ୟବସାୟୀ

ଦାରିଙ୍ଗବାଡି, ୩୧।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡ଼ି ଅଞ୍ଚଳରେ ଦିନକୁ ଦିନ ଚୋରି ବୃଦ୍ଧି ପାଉଛି। ଦୁର୍ବୃତ୍ତମାନେ ଏବେ ନିୟମିତ...

ହରମୋହନ ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତ

ହାଟଡିହୀ,୩୧l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ର ଅଧୀନ ହାଟଡିହୀ ବ୍ଲକ ବେତିରା ଗ୍ରାମର ହରମୋହନ ଶାସିନୀଙ୍କୁ ଏମ୍‌ପି ପ୍ରତିନିଧି ଭାବେ ନିଯୁକ୍ତି ମିଳିଛି...

ନିରଞ୍ଜନଙ୍କୁ ବହିଷ୍କାର ଲାଗି ଚିଠି ଜାରି କଲେ ସିଡିଓ

ହାଟଡିହୀ,୩୧l୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକର ରୁରାଲ ହାଉସିଂ ବିପିସି (ବ୍ଲକ ପ୍ରୋଜେକ୍ଟ କୋଅର୍ଡିନେଟର) ନିରଞ୍ଜନ ବାରିକଙ୍କୁ କାର୍ଯ୍ୟରୁ ବହିଷ୍କାର ପାଇଁ କେନ୍ଦୁଝର ସିଡିଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri