ବିଶୃଙ୍ଗଳିତ ଆଚରଣ ପଡିଲା ମହଙ୍ଗା; ବାଧ୍ୟତାମୂଳକ ଅବସର ନେଲେ ଭିସୁଟ ପ୍ରଫେସର

ସମ୍ବଲପୁର,୨୯।୨: ଭିସୁଟ ସହକାରୀ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । କୂଳପତି ପ୍ରଫେସର ବଂଶୀଧର ମାଝୀଙ୍କ ନିର୍ଦ୍ଦେଶ କ୍ରମରେ ରେଜିଷ୍ଟାର ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆସୋସିଏଟ ପ୍ରଫେସର ଡକ୍ଟର ଶିବ ପ୍ରସାଦ ପାଣିଗ୍ରାହୀ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ବିଭାଗରେ ପୂର୍ବରୁ ଆସୋସିଏଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ। ବିଶୃଙ୍ଗଳିତ ଆଚରଣ ପାଇଁ ତାଙ୍କୁ ବାଧ୍ୟତାମୂଳକ
ଅବସର ଦିଆଯାଇଥିବା ଭିସୁଟ ପକ୍ଷରୁ ସୂଚନା ଦିଆଯାଇଛି।

Share