ଜୁଲାଇ ୨୨ ରୁ ୩୧ ଯାଏ ବନ୍ଦ ରହିବ ଭିସୁଟ

ସମ୍ବଲପୁର,୨୦।୭(ବ୍ୟୁରୋ)-କରୋନା ସଂକ୍ରମଣ ରାଜ୍ୟରେ ଦିକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଆସନ୍ତା ୨୨ ତାରିଖଠାରୁ ଜୁଲାଇ ୩୧ ଯାଏଁ ବନ୍ଦ ରଖାଯାଇଛି। ଏ ନେଇ ସମ୍ବଲପୁର ଜିଲାପାଳ ଏକ ବିଜ୍ଞପ୍ତି ପ୍ରକାଶ କରି ଭିସୁଟକୁ ୧୦ ଦିନ ପାଇଁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଫାଟକକୁ ଛାଡି ଭିସୁଟର ସମସ୍ତ ଗେଟକୁ ବନ୍ଦ ରଖିବାକୁ କୁହାଯାଇଛି। ସେହିପରି ହୋମ କ୍ୱାରାଣ୍ଟାଇନରେ ଥିବା କର୍ମଚାରୀଙ୍କ ଅବଧି ନ ସରିବା ଯାଏ ବାହାରି ପାରିବେ ନାହିଁ ବୋଲି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି।

Share