Categories: ଖେଳ

ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ: ମୁଖ୍ୟ କୋଚ୍‌ ଦୌଡ଼ରେ ଆଗରେ ଅଛନ୍ତି ଏହି ୩ କ୍ରିକେଟର

ନୂଆଦିଲ୍ଲୀ,୨୧।୧୧: ଭାରତର ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମୟରେ ଖେଳାଳିମାନଙ୍କ ପ୍ରଦର୍ଶନ ପ୍ରଶଂସନୀୟ ଥିଲା। ନିକଟରେ ଶେଷ ହୋଇଥିବା ବିଶ୍ୱକପ୍‌ରେ ଦଳ ଫାଇନାଲରେ ପ୍ରବେଶ କରିଥିଲା। ତେବେ ଏଥିରେ ପରାଜୟ ସହ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ଏବେ ବିସିସିଆଇ ପକ୍ଷରୁ ନୂତନ କୋଚ୍‌ ନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ତାଲିକାରେ ଭାରତର ୩ ବରିଷ୍ଠ ଖେଳାଳିଙ୍କ ନାମ ଆଗରେ ରହିଛି।

୨୦୨୧ରେ ହେଡ୍‌ କୋଚ୍‌ ଭାବେ ଦ୍ରାବିଡ ଟିମ୍‌ ଇଣ୍ଡିଆର କାର୍ଯ୍ୟଭାର ସମ୍ଭାଳିଥିଲେ। ତାଙ୍କ ସହ ବିସିସିଆଇର ୨ ବର୍ଷର ଚୁକ୍ତି ରହିଥିଲା। ଏବେ ତାଙ୍କ ସ୍ଥାନରେ କିଏ ଭାରତୀୟ ଟିମ୍‌ର ଦାୟିତ୍ୱ ନେବେ ସେ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ପୂର୍ବତନ କ୍ରିକେଟର ବିରେନ୍ଦ୍ର ସେହ୍ବାଗ, ଅନିଲ କୁମ୍ବଲେ ଏବଂ ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନ୍‌ସିଏ)ର ନିର୍ଦ୍ଦେଶକ ଭି ଭି ଏସ୍‌ ଲକ୍ଷ୍ମଣଙ୍କ ନାମ ଆଗରେ ରହିଛି। ହେଲେ ଏ ସଂକ୍ରାନ୍ତରେ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ।

କହିରଖୁଛୁ, ଅଷ୍ଟ୍ରେଲିଆ ବିପକ୍ଷ ସିରିଜ ଲାଗି ଦ୍ରାବିଡଙ୍କ ନାମ କୋଚ୍‌ ଭାବେ ଘୋଷଣା କରାଯାଇନାହିଁ। ତାଙ୍କ ବଦଳରେ ଭିଭିଏସ୍‌ ଲକ୍ଷ୍ମଣ ଏହି ପଦ ସମ୍ଭାଳିବେ।

Share