Categories: ଖେଳ

ହାର୍ଦ୍ଦିକଙ୍କ ବଡ ପ୍ରଶଂସକ ପାଲଟିଲେ ଭିଭିଏସ୍‌ ଲକ୍ଷ୍ମଣ

ଓ୍ବେଲିଂଟନ, ୧୭।୧୨: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମୁକାବିଲା ଶୁକ୍ରବାର ଖେଳାଯିବ। ଏହି ସିରିଜ ଲାଗି ରୋହିତ ଶର୍ମାଙ୍କ ସମେତ କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଥିନେଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଦଳର ନେତୃତ୍ୱ ମିଳିଛି। ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି ଭିଭିଏସ୍‌ ଲକ୍ଷ୍ମଣ।

ଏକ ଖବରଦାତା ସମ୍ମିଳନୀରେ ଲକ୍ଷ୍ମଣ କହିଛନ୍ତି, ହାର୍ଦ୍ଦିକ ଜଣେ ଟେକ୍ନିକାଲି ସାଉଣ୍ଡ ପ୍ଲେୟାର। ସେ ପଡ଼ିଆରେ ସର୍ବଦା ଶାନ୍ତ ରହିଥାନ୍ତି। ଅଧିନାୟକ ଭାବେ ସେ ବହୁତ ଭଲ। ଆଇପିଏଲ୍‌ରେ ଗୁଜରାଟ ଟାଇଟନ୍ସ ଲାଗି ସେ କ’ଣ କରିଛନ୍ତି ଆମେ ଦେଖିଛୁ। ଆୟରଲ୍ୟାଣ୍ଡ ସିରିଜରେ ମଧ୍ୟ ତାଙ୍କ ସହ ସମୟ ବିତାଇଛି। ଭଲ ଖେଳାଳି ହେବା ସାଙ୍ଗେ ତାଙ୍କର ଶାନ୍ତ ସ୍ବଭାବ ବହୁତ ଗୁରୁତ୍ୱ ବହନ କରେ ବୋଲି ସେ କହିଛନ୍ତି।

Share