Categories: ଖେଳ

ଭାରତୀୟ ଟିମର ନିୟମିତ କୋଚ୍ ହେବେ ଭିଭିଏସ ଲକ୍ଷ୍ମଣ, ଏହି ଆଇପିଏଲ ଟିମରେ ଯୋଗ ଦେବେ ରାହୁଲ ଦ୍ରାବିଡ଼

ମୁମ୍ବାଇ,୨୫।୧୧: ରାହୁଲ ଦ୍ରାବିଡ ଭାରତୀୟ ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚ୍ ପଦବୀ ଖାଲି କରିବାକୁ ଯାଉଛନ୍ତି। ଦ୍ରାବିଡଙ୍କର କାର୍ଯ୍ୟକାଳ ଦିନିକିଆ ବିଶ୍ୱକପ ୨୦୨୩ ର ସମାପ୍ତି ସହିତ ଶେଷ ହୋଇଥିଲା।ଏହାପରେ ସେ ଚୁକ୍ତିନାମା ନବୀକରଣ କରିବାକୁ ଆଗ୍ରହୀ ନାହାନ୍ତି ବୋଲି ମିଡ଼ିଆ ସୂତ୍ରରୁ ଖବର ପ୍ରକାଶ ପାଇଛି। ଏହାରି ମଧ୍ୟରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସିଜନ୍ ପୂର୍ବରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମେଣ୍ଟର ଭାବରେ ଭାରତର ପୂର୍ବତନ ଅଧିନାୟକ ଯୋଗଦେବେ ବୋଲି ଆଶା କରାଯାଉଛି।

ତେବେ ଦ୍ରାବିଡ଼ଙ୍କ ପରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭିଭିଏସ୍ ଲକ୍ଷ୍ମଣ ଏହି ପଦବୀ ପାଇଁ ଆଗରେ ରହିଛନ୍ତି। ଦ୍ରାବିଡଙ୍କ ଅନୁପସ୍ଥିତିରେ ବର୍ତ୍ତମାନ ଭାରତୀୟ ଦଳର କୋଚ୍ ଥିବା ନେଉଥିବା ଲକ୍ଷ୍ମଣ ଭାରତ ବନାମ ଅଷ୍ଟ୍ରେଲିଆ ଟି-ଟ୍ୱେଣ୍ଟି ସିରିଜ୍ ପରେ ପୂର୍ଣ୍ଣକାଳୀନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ରିପୋର୍ଟ ଅନୁଯାୟୀ ଖୁବଶୀଘ୍ର ବିସିସିଆଇ ବରିଷ୍ଠ ଅଧିକାରୀ ଏହି ବିଷୟରେ ଆଲୋଚନା କରିବେ। ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ନିକଟରେ ଶେଷ ହୋଇଥିବା ଦିନିକିଆ ବିଶ୍ୱକପରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲା। ଫାଇନାଲ ପର୍ଯ୍ୟନ୍ତ ଭାରତ ସମସ୍ତ ୧୦ ମ୍ୟାଚ୍ ଜିତିଥିଲା।

Share