ଚିକିତ୍ସା ପାଇଁ ଯାଇ ଡାକ୍ତରଙ୍କ ପ୍ରେମରେ ପଡ଼ିଥିଲେ ଏହି ଲୋକପ୍ରିୟ ଅଭିନେତ୍ରୀ; ଏବେ ଭାଜପାର ଜଣେ ଟାଣୁଆ ନେତ୍ରୀ ଭାବେ…

ବମ୍ବେ: ହିନ୍ଦୀ ସିନେମାର ସଫଳତମ ଅଭିନେତ୍ରୀଙ୍କ ମଧ୍ୟରୁ ବୈଜୟନ୍ତୀ ମାଳା ଅନ୍ୟତମ। ସେ ଦକ୍ଷିଣ ଭାରତୀୟ ସିନେମାରୁ ହିନ୍ଦୀ ସିନେମାକୁ ଆସି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ଖାଲି ଯେ ଅଭିନୟ ତାହା ନୁହେଁ ନୃତ୍ୟରେ ବି ସେ ଥିଲେ ପାରଙ୍ଗମ। ସେ ଭାରତନାଟ୍ୟମର ନୃତ୍ୟଶିଳ୍ପୀ, କର୍ନାଟକ ଶୈଳୀର ଗାୟିକା ଏବଂ ନୃତ୍ୟ ଶିକ୍ଷକ ମଧ୍ୟ ଥିଲେ।

୧୯୩୬ ମସିହା ଆଜିର ଦିନରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିଲେ ବୈଜୟନ୍ତୀମାଳା। ତାଙ୍କ ବାପାଙ୍କ ନାମ ଏମ୍‌ଡି ରମଣ ଏବଂ ମା’ଙ୍କ ନାମ ବସୁନ୍ଧରା ଦେବୀ ଥିଲା। ୧୯୪୦ରେ ବୈଜୟନ୍ତୀଙ୍କ ମା’ ଲୋକପ୍ରିୟ ତାମିଲ ଅଭିନେତ୍ରୀ ଥିଲେ। ତାଙ୍କ ଯୋଗୁ ପିଲାଟିଦିନରୁ ବୈଜୟନ୍ତୀ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ। ୧୩ ବର୍ଷ ବୟସରେ ସେ ଡେବ୍ୟୁ କରିଥିଲେ। ୧୯୪୯ରେ ତାମିଲ ଫିଲ୍ମ ‘ବଡ଼କଇ’ରେ ସେ ନଜର ଆସିଥିବା ବେଳେ ୧୯୫୧ରେ ଫିଲ୍ମ ‘ବାହାର’ ଜରିଆରେ ବଲିଉଡ୍‌ରେ ପ୍ରବେଶ କରିଥିଲେ।

୧୯୫୭ରେ ଫିଲ୍ମ ‘ଦେବଦାସରେ ସେ ଚନ୍ଦ୍ରମୁଖୀ ଭୂମିକାରେ ନଜର ଆସିଥିଲେ। ଏଥିପାଇଁ ତାଙ୍କୁ ସର୍ବଶ୍ରେଷ୍ଠ ସହାୟକ ଅଭିନେତ୍ରୀ ଭାବେ ଫିଲ୍ମଫେୟାର ପୁରସ୍କାର ମିଳିଥିଲା। ପରେ ସେ ଫିଲ୍ମ ‘ମଧୁମତି, ଗଙ୍ଗା ଜମୁନା, ସଙ୍ଗମ’ ପାଇଁ ସର୍ବଶ୍ରେଷ୍ଠ ଅଭିନେତ୍ରୀର ଫିଲ୍ମଫେୟାର ପୁରସ୍କାର ଜିତିଥିଲେ। ୧୯୯୬ରେ ତାଙ୍କୁ ଫିଲ୍ମଫେୟାର ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡରେ ସମ୍ମାନିତ କରାଯାଇଥିଲା। ଦକ୍ଷିଣ ଭାରତୀୟ ଅଭିନେତ୍ରୀ ହୋଇଥିଲେ ହେଁ ତାଙ୍କୁ ନିଜ ଡାଏଲଗ୍‌ ଡବ୍‌ କରିବାକୁ ପଡ଼ୁ ନ ଥିଲା। କାରଣ ସେ ହିନ୍ଦୀରେ କହିବା ଶିଖିଥିଲେ।

ଅଭିନେତା ଦୀଲିପ କୁମାରଙ୍କ ସହ ତାଙ୍କ ଯୋଡ଼ି ବେଶ ଜମିଥିଲା। ଏହି ସମୟରେ ଉଭୟଙ୍କ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲେ। ହେଲେ ପରେ ସେ ରାଜ କପୁରଙ୍କ ନିକଟତର ହୋଇଥିଲେ। ତାହା ବେଶି ଦିନ ଚାଲି ନ ଥିଲା। ରାଜ କପୁରଙ୍କ ସ୍ତ୍ରୀ ଉଭୟଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଇବା ପରେ ସେ କେବେହେଲେ ଅଭିନେତ୍ରୀଙ୍କ ସହ ଫିଲ୍ମ କରିବେ ନାହିଁ ବୋଲି କହିଥିଲେ। ଏହିପରି ଭାବେ ଅନେକ ଲୋକଙ୍କ ସହ ତାଙ୍କ ନାମକୁ ଯୋଡ଼ା ଯାଇଥିଲା। ହେଲେ ତାଙ୍କ ବାସ୍ତବିକ ପ୍ରେମକାହାଣୀ ଥିଲା ସବୁଠୁ ନିଆରା।

ଏକଦା ବୈଜୟନ୍ତୀଙ୍କୁ ନିମୋନିଆ ହୋଇଯାଇଥିଲା। ତାଙ୍କର ଚିକିତ୍ସା କରୁଥିଲେ ଡା.ଚମନଲାଲ ବାଲି। ଅଭିନେତ୍ରୀଙ୍କର ସେ ଜଣେ ପ୍ରଶଂସକ ଥିଲେ। ଚିକିତ୍ସା ଚାଲିଥିବା ସମୟରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୧୯୬୮ ମାର୍ଚ୍ଚ ୧୦ରେ ସେମାନେ ବିବାହ କରିନେଇଥିଲେ। ତାଙ୍କର ଏକ ପୁଅ ରହିଛି। ବୈଜୟନ୍ତୀ ରାଜନୀତିରେ ମଧ୍ୟ ବେଶ ସକ୍ରିୟ। ଏବେ ସେ ଭାଜପାର ସଦସ୍ୟ ଥିବା ବେଳେ ଚେନ୍ନାଇର ସବୁଠାରୁ ଶକ୍ତିଶାଳୀ ରାଜନୈତିକ ବ୍ୟକ୍ତିବିଶେଷ ଭାବେ ଖ୍ୟାତି ଅର୍ଜନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷ ପରେ ପୁଣି ଜାହ୍ନବୀ, ଇଶାନଙ୍କ ଯୋଡ଼ି

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଓ ଅଭିନେତା ଇଶାନ ଖଟ୍ଟର ଶେଷ ଥର ପାଇଁ ୨୦୧୮ରେ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ‘ଧଡକ୍‌’ ଫିଲ୍ମରେ ନଜରକୁ ଆସିଥିଲେ।...

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri