ସଫେଇ କର୍ମଚାରୀଙ୍କୁ ମିଳୁନିି ଦରମା

ଦେବଗଡ଼୯।୫(ଡି ଏନ ଏ): ଦେବଗଡ଼ର ମୁନିସିପାଲିଟି ପୌର ପରିଷଦର ସଫେଇ କର୍ମଚାରୀମାନେ ଏକ ମାସର ଦରମା ପାଇଁ ନ ଥିବାରୁ ମଙ୍ଗଳବାର ମୁନିସିପାଲିଟି କାର୍ଯ୍ୟଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ପୌର ପରିଷଦ ସଫେଇ କର୍ମଚାରୀ ସଂଘର ସଭାପତି ଧର୍ମେନ୍ଦ୍ର କୁମାର ଦେବତାଙ୍କ ନେତୃତ୍ୱରେ ସମସ୍ତ ସଫେଇ କର୍ମଚାରୀମାନେ ନାରାବାଜି ଦେଇ ଧାରଣ ଦେଇଛନ୍ତି। ଅଭିଯୋଗ ମୁତାବକ ଯେ, ଏକ ମାସର ଦରମା ପାଇଁ ନାହାନ୍ତି ଏବଂ ରାସ୍ତା, ଡ୍ରେନରେ ଅଳିଆ ଆବର୍ଜନା ସଫେଇ କରିବା ପାଇଁ ଯେଉଁ ସବୁ ସମାଗ୍ରୀ ଦରକାର ପଡେ ସେ ସବୁ ପୌର ପରିଷଦ ଦେଉ ନ ଥିବା ସଫେଇ କର୍ମଚାରୀମାନେ କହିଛନ୍ତି। ଦାବି ପୂରଣ ନ ହେଲେ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ସଫେଇ କାର୍ଯ୍ୟ ବନ୍ଦ ଥିବାରୁ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜନା ପଡିଥିବା ଦେଖିବାକୁ ମିଳିଛି। ଏପରି କି ପୌର ପରିଷଦ କାର୍ଯ୍ୟଳୟ ବନ୍ଦ ଥିବାର ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।