ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେଇକି ରହିବୁ

ମସ୍କୋ,୨୬।୮: ରୁଷିଆରେ ୟେଭ୍‌ଗେନି ପ୍ରିଗୋଝିନ୍‌ଙ୍କ ମୃତ୍ୟୁ ପରେ ୱାଗନର୍‌ ଗ୍ରୁପର ଯୋଦ୍ଧାମାନଙ୍କ ମଧ୍ୟରେ ଆକ୍ରୋଶ ମନୋଭାବରେ ଅଛନ୍ତି। ସେ ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କୁ ଚେତାବନୀ ଦେଇ କହିଛନ୍ତି ଯେ, ସେ ଯେକୌଣସି ମୂଲ୍ୟରେ ପ୍ରିଗୋଝିନ୍‌ଙ୍କ ମୃତ୍ୟୁର ପ୍ରତିଶୋଧ ନେବେ। ଯୋଦ୍ଧା ସମୂହ ଧମକପୂର୍ଣ୍ଣ ଭିଡିଓରେ କହିଛନ୍ତି, ଆମେ ଆରମ୍ଭ କରୁଛୁ, କେବଳ ଅପେକ୍ଷା କର। ୱାଗନର୍‌ ସଦସ୍ୟ ଏପରିକି ଆକ୍ରମଣ ବିଷୟରେ ଚେତାବନୀ ଦେଇଛନ୍ତି। ଅନ୍ୟପକ୍ଷରେ, ପ୍ରିଗୋଝିନ୍‌ଙ୍କ ମୃତ୍ୟୁକୁ ନେଇ ପ୍ରଥମ ଥର ପାଇଁ ତାଙ୍କ ନିରବତାକୁ ଭାଙ୍ଗି ପୁଟିନ୍‌ କହିଛନ୍ତି ଯେ ସେ ଜଣେ ପ୍ରତିଭା ଥିଲେ। ସେ ଅନେକ ଭୁଲ କରିଥିଲେ କିନ୍ତୁ ସେ ତାହାର ସଠିକ୍‌ ଫଳାଫଳ ପାଇଛନ୍ତି।

Share