Categories: ଫୁରସତ

ଅଣ୍ଟାଏ ପାଣିରେ ଆରାମରେ ବସି ବାଇକ୍‌ ଚଳାଇ ଅଫିସ ଗଲେ ବ୍ୟକ୍ତି, ଭିଡିଓ ଦେଖିଲେ…

ନିକଟରେ ଦିଲ୍ଲୀ-ନୋଏଡାଠାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା କୁହୁଡ଼ିକୁ ଟିକେ ହ୍ରାସ କରିଥିଲା କିନ୍ତୁ ଅଫିସ ଯାଉଥିବା ଲୋକଙ୍କ ସମସ୍ୟା ବଢ଼ାଇ ଦେଇଥିଲା। ବର୍ଷା ଯୋଗୁ ରାସ୍ତା ପାଣିରେ ବୁଡ଼ିଯାଇଥିଲା। ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡୁଥିଲା। ଏହି ସମୟ ମଧ୍ୟରେ ଜଣେ ବ୍ୟକ୍ତି ଅଫିସକୁ ଯାଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ଏକ ବାଇକ୍‌ରେ ଅଫିସକୁ ଯାଉଛନ୍ତି। ବାଇକ୍‌ଟି ପ୍ରବଳ ବର୍ଷାରେ ଅଧା ପାଣିରେ ବୁଡି ରହିଛି। ଲୋକମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଶେୟାର କରୁଛନ୍ତି ଏବଂ କହିଛନ୍ତି, ସେ ନିଜ ବାଇକ୍‌କୁ ଏକ ଡଙ୍ଗାରେ ପରିଣତ କରିଦେଇଛନ୍ତି।

ଭାଇରାଲ ଭିଡିଓରେ ହଳଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଏହି ବ୍ୟକ୍ତି ଅତି ଆରାମରେ ବାଇକ ଚଲାଉଛନ୍ତି। ଭିଡିଓରେ ଏହା ସ୍ପଷ୍ଟ ଭାବେ ଦେଖାଯାଉଛି ଯେ, ବାଇକ ଅଧା ଜଳମଗ୍ନ ହୋଇଛି ତଥାପି ଏହାର ସନ୍ତୁଳନ ବଜାୟ ରହିଛି ଏବଂ ସେ ନିଜ ବାଇକ୍‌କୁ ସହଜରେ ବହନ କରୁଛନ୍ତି। ଏହି ଭିଡିଓ ଦେଖି ଲୋକମାନେ ତାଙ୍କ ସନ୍ତୁଳନ କଳାକୁ ମଧ୍ୟ ପ୍ରଶଂସା କରୁଛନ୍ତି।

ଏହି ଭିଡିଓକୁ ଲକ୍ଷାଧିକ ଲୋକ ଦେଖିଛନ୍ତି ଏବଂ ଅନେକ ଲୋକ ମଧ୍ୟ ମନ୍ତବ୍ୟ ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଏହି ବ୍ୟକ୍ତି ଯିଏ ଶତପ୍ରତିଶତ ଅଫିସରେ ଉପସ୍ଥିତ ରୁହନ୍ତି। ଅନ୍ୟ ଜଣେ ଲେଖିଛନ୍ତି, ମୋଟରସାଇକେଲ୍‌ ତ ନୁହଁ ଜେଟ ପରି। ବାଇକ୍‌ ଏତେ ପାଣିରେ ଚାଲୁଥିବାର ଦେଖି କିଛି ଲୋକ ପଚାରୁଛନ୍ତି ଏହା କେଉଁ ବାଇକ୍‌ ଅଟେ।

Share