ଏବର୍ଷ ତ ହେଲା ନାହିଁ, ତେଣୁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ। ଏ ନେଇ ଆଦୌ ମନ ଦୁଃଖ କରୁନାହନ୍ତି ଆଲିୟା। ହେଲେ ଆସନ୍ତାବର୍ଷ ଏମିତି କେଉଁ ଘଟଣାକୁ ନେଇ ଆଲିୟା ଖୁସି ଅଛନ୍ତି? କେହି କେହି ହୁଏତ ଅନୁମାନ କରିପାରନ୍ତି ଯେ, ଆସନ୍ତାବର୍ଷ ଆଲିୟା ହାତକୁ ଦି’ ହାତ ହେବେ କି ? କିନ୍ତୁ କଥାଟି ସେଇଆ ନୁହେଁ। ଅସଲ କଥା ହେଲା, ସେ ଅଭିନୟ କରିଥିବା ବିଗ୍ ବଜେଟ୍ ଫିଲ୍ମ ‘ଆରଆରଆର’ ଆସନ୍ତାବର୍ଷ ମୁକ୍ତିଲାଭ କରିବ। ପୁଣି ଓଟିଟି ଫର୍ମାଟରେ ନୁହେଁ, ପ୍ରେକ୍ଷାଳୟରେ ହିଁ ଫିଲ୍ମଟି ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଏସ.ଏସ. ରାଜମୌଲି। ୪୦୦ କୋଟି ବଜେଟ୍ରେ ପ୍ରସ୍ତୁତ ଏହି ଚିତ୍ରରେ ରାମ ଚରଣ, ଏନଟିଆର ଜୁନିୟର ଏବଂ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି।