Categories: ଜାତୀୟ

୧୭ଦିନ ଧରି ଟନେଲରେ ଫଶିଥିବା ପୁଅର କରୁଥିଲେ ଅପେକ୍ଷା, ଉଦ୍ଧାର ହେବା ପରେ ଆର ପାରିକୁ ଚାଲିଗଲେ ବାପା

ନୂଆଦିଲ୍ଲୀ,୨୯।୧୧: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ବୁଧବାର ହସ୍ପିଟାଲରେ ଭର୍ତ୍ତି ଶ୍ରମିକଙ୍କ ସହ ସାକ୍ଷାତ କରି ସେମାନଙ୍କ ହାଲଚାଲ ପଚାରି ବୁଝିଛନ୍ତି। ଏଥିସହ ପ୍ରତିଟି ଶ୍ରମିକଙ୍କୁ ଏକଲକ୍ଷ ଟଙ୍କା ପୁରଷ୍କାର ରାଶି ଘୋଷଣା କରିଛନ୍ତି। ୪୧ଶ୍ରମିକଙ୍କୁ ଅନ୍ଧାରୀ ଟନେଲରୁ ବାହାରକୁ କାଢିବା ପରେ ସମଗ୍ର ଦେଶବାସୀ ଶାନ୍ତିରେ ନିଶ୍ୱାସ ଛାଡିଛନ୍ତି। ଅନ୍ୟପଟେ ସେହି ୪୧ ଶ୍ରମିକଙ୍କ ଭିତରୁ ଜଣଙ୍କର ବାପା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ସୁଡଙ୍ଗରୁ ଉଦ୍ଧାର ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଝାଡଖଣ୍ଡବାସୀ ଶ୍ରମିକଙ୍କ ବାପା ନିଜ ପୁଅଙ୍କୁ ଦେଖିବା ପୂର୍ବରୁ ଆଖି ବୁଜିଛନ୍ତି। ୭୦ବର୍ଷିୟ ବାସେତ ମୁର୍ମୁ ୧୭ଦିନ ପୁଅର ଆସିବା ବାଟକୁ ଅପେକ୍ଷା କରି ରହିଥିଲେ। ଦିନକୁ ଦିନ ଚିନ୍ତାରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଥିଲା। କିନ୍ତୁ ପୁଅ ଟନେଲରୁ ଉଦ୍ଧାର ହୋଇ ଆସିବା ପରେ ଥରୁଟେ ହେଲେ ନିଜ ସ୍ବ ଚକ୍ଷୁରେ ତାଙ୍କୁ ଦେଖିପାରି ନ ଥିଲେ। ଝାଡଖଣ୍ଡର ପୂର୍ବ ସିଂହଭୂମ ଜିଲାର ବହଦା ଗ୍ରାମର ନିବାସୀ ବାସେତ ହୃଦଘାତରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Share