ଶୁଭଦିନକୁ ଅପେକ୍ଷା

ନୂଆ ଓଡିଆ ସିନେମା ‘ଆଇନା କେବେ ମିଛ କହେନା’କୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ଦୀପକ। କାରଣ ସେ ଏହି ଫିଲ୍ମରେ ଏକ ଭିନ୍ନ ଧରଣର ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ଏହାର କାହାଣୀରେ ରହିଛି ପାରିବାରିକ ଛିଟା। ଲଭ୍‌ ଷ୍ଟୋରିର ଝଲକ ମଧ୍ୟ ଦର୍ଶକ ଏଥିରେ ଦେଖିବାକୁ ପାଇବେ। ଏହି ଫିଲ୍ମର ସେନ୍‌ସର୍‌ କାମ ଶେଷ ହେବା ସହ ରିଲିଜ ଡେଟ୍‌ ଘୋଷଣା ବାକି ରହିଛି । ଦୁଇ ଭାଇଙ୍କ ଭିତରେ ଥିବା ସ୍ନେହ କେତେ ଅନାବିଳ ହୋଇପାରେ ତାହା ଏଥିରେ ଦେଖିବାକୁ ମିଳିବ। ନିଜ ରୋଲ୍‌ ବିଷୟରେ ଦୀପକ କୁହନ୍ତି, ‘ଏହି ଫିଲ୍ମର କାହାଣୀରେ ଅନେକ ନୂଆ କଥା ରହିଛି। ଲଭ୍‌, ଇମୋଶନ, କମେଡିର ମଜା ଦର୍ଶକ ଏଥିରୁ ପାଇପାରିବେ। ଏଥିରେ ମୁଁ ସାନଭାଇ ଭୂମିକାରେ ଅଭିନୟ କରିଛି। ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁବ ବୋଲି ମଧ୍ୟ ଆଶା ରହିଛି।’ ଚିତ୍ରଟିର ପ୍ରଯୋଜନା ଆଶିଷ ସିହ୍ନା କରିଛନ୍ତି ଏବଂ ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ଶ୍ରୀତମ ଦାସ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ଅଭିଜିତ୍‌ ମଜୁମ୍‌ଦାର। ଏହି ସିନେମାରେ ଦୀପକଙ୍କ ସହ ସ୍କ୍ରିନ୍‌ ଶେୟାର କରିଛନ୍ତି ନବାଗତ ମୁସ୍‌କାନ। ଏମାନଙ୍କ ବ୍ୟତୀତ ଶ୍ରୀତମ ଦାସ, ହରିହର ମହାପାତ୍ର ଏବଂ ସୁକାନ୍ତ ରଥଙ୍କୁ ମଧ୍ୟ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।

Share