Categories: ଜାତୀୟ

ସୁଯୋଗକୁ ଅପେକ୍ଷା କରିଛି: ଥରୁର

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ରବିବାର କାର୍ଯ୍ୟକାରିଣୀ କମିଟି ଘୋଷଣା କରିଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ଏହି କମିଟି ଗଠନ କରିଛନ୍ତି। ଏଥିରେ ଖାର୍ଗେଙ୍କ ବ୍ୟତୀତ ସୋନିଆ ଗାନ୍ଧୀ, ମନମୋହନ ସିଂ, ରାହୁଲ ଗାନ୍ଧୀଙ୍କ ଭଳି ନେତାଙ୍କୁ ସ୍ଥାନ ଦିଆଯାଇଛି। କଂଗ୍ରେସ ଦଳର ଅଧ୍ୟକ୍ଷ ପଦ ପାଇଁ ମଲ୍ଲିକାର୍ଜୁନ ଖାର୍ଜଙ୍କୁ ଚ୍ୟାଲେଞ୍ଜ କରିଥିବା ଲୋକ ସଭା ଏମ୍‌ପି ଶଶି ଥରୁରଙ୍କୁ ମଧ୍ୟ ସିଡବ୍ଲ୍ୟୁସିରେ ସାମିଲ କରାଯାଇଛି।
ଧ୍‌ସିବିଡବ୍ଲୁସିର ଏକ ଅଂଶ ହେବା ପରେ ଥରୁର କହିଛନ୍ତି ଯେ, କଂଗ୍ରେସ ସଭାପତି ଖାର୍ଗେଙ୍କ ନିଷ୍ପତ୍ତି ଏବଂ କେନ୍ଦ୍ରୀୟ ନେତୃତ୍ୱ ତାଙ୍କୁ ସମ୍ମାନିତ କରିଛନ୍ତି। ଗତ ୧୩୮ ବର୍ଷ ଧରି ଦଳକୁ ମାର୍ଗଦର୍ଶନ କରିବାରେ ସିଡବ୍ଲ୍ୟୁସିର ଐତିହାସିକ ଭୂମିକା ବିଷୟରେ ମୁଁ ଅବଗତ ଅଛି। ମୋର ଉତ୍ସର୍ଗୀକୃତ ସହକର୍ମୀମାନଙ୍କ ସହିତ ପାର୍ଟିର ସେବା କରିବାର ସୁଯୋଗକୁ ମୁଁ ଅପେକ୍ଷା କରିଛି। ଲକ୍ଷ ଲକ୍ଷ ପ୍ରତିବଦ୍ଧ କାର୍ଯ୍ୟକର୍ତ୍ତାଙ୍କ ବିନା କିଛି ହାସଲ କରିପାରିବି ନାହିଁ। ସେମାନେ ଦଳର ଆତ୍ମା। ଆଜି ସର୍ବପ୍ରଥମେ, ମୁଁ ସେମାନଙ୍କୁ ପ୍ରଣାମ କରୁଛି।
ବିଶେଷ କଥା ହେଉଛି ପ୍ରାୟ ତିନି ବର୍ଷ ପୂର୍ବେ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କଂଗ୍ରେସର ନେତୃତ୍ୱ ଉପରେ ପ୍ରଶ୍ନ କରିଥିବା ଶଶି ଥରୁର ୨୩ ନେତାଙ୍କ ଗୋଷ୍ଠୀର ଅଂଶ ଥିଲେ। ଏହାପୂର୍ବରୁ ଗତ ବର୍ଷ ଅକ୍ଟୋବରରେ ଅନୁଷ୍ଠିତ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନରେ ମଲ୍ଲିକାର୍ଜୁନ ଖାର୍ଗେ ୬,୮୨୫ ଭୋଟ ବ୍ୟବଧାନରେ ଥରୁରଙ୍କୁ ପରାସ୍ତ କରିଥିଲେ। ଖାର୍ଗେ ୭,୮୯୭ ଭୋଟ ଏବଂ ଥରୁର ୧,୦୭୨ ଭୋଟ ପାଇଥିଲେ।

Share