Posted inଜାତୀୟ

ଅଖିଳେଶଙ୍କଠାରୁ ଛାଡପତ୍ର ଚାହୁଁଛନ୍ତି ରାଜଭର

ଲକ୍ଷ୍ନୌ,୨୦।୭: ସୁହେଲଦେବ ଭାରତ ସମାଜ ପାର୍ଟି ସଭାପତି ଓମପ୍ରକାଶ ରାଜଭର ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବଙ୍କୁ କ୍ରମାଗତ ଭାବେ ଟାର୍ଗେଟ କରିଆସୁଛନ୍ତି। ବୁଧବାର ସେ ଅଖିଳେଶଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଘଟିଥିବା ଘଟଣାଗୁଡ଼ିକ ଉପରେ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ। ଏଥି ସହିତ, ଯଦି ସେ ଅଖିଳେଶ ଯାଦବଙ୍କଠାରୁ ଛାଡପତ୍ର ପାଆନ୍ତି, ତେବେ ସେ ୨୦୨୪ ବିଷୟରେ ଚିନ୍ତା କରିବେ ବୋଲି କହିଛନ୍ତି।
ଓମପ୍ରକାଶ ରାଜଭର କହିଛନ୍ତି, ଅଖିଳେଶ ବନ୍ଦ ଏସି ରୁମରେ ବସି ରାଜନୀତି କରୁଛନ୍ତି। ଦିନେ କଂଗ୍ରେସ ଦଳ ମଧ୍ୟ ଏମିତି ରାଜନୀତି କରୁଥିଲା। ଆଜି କଂଗ୍ରେସର ଭାଗ୍ୟ ଦେଖନ୍ତୁ। ଖାଲି ଏସିରେ ବସି ଟୁଇଟ୍‌ କଲେ ଲୋକ ଭୋଟ ଦେବେ ନାହିଁ।
ଆଗାମୀ ଯୋଜନା ବିଷୟରେ ପଚରାଯାଇଥିବା ପ୍ରଶ୍ନ ଉପରେ ଓମପ୍ରକାଶ ରାଜଭର କହିଛନ୍ତି, ସେ ନିଜେ ଅଖିଳେଶଙ୍କଠାରୁ ଛାଡପତ୍ର ନେଇ ପାରିବେ ନାହିଁ। ଯଦି ଅଖିଳେଶ ପ୍ରଥମେ ତାଙ୍କୁ ଛାଡିବେ, ତେବେ ସେ ୨୦୨୪ ବିଷୟରେ ଚିନ୍ତା କରିବେ।

ସୂଚନାଯୋଗ୍ୟ, ସମାଜବାଦୀ ପାର୍ଟି(ଏସପି)ର ସହଯୋଗୀ ଥିବା ରାଜଭର ୟୁପି ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଏସପି ସଭାପତିଙ୍କୁ ସର୍ବସାଧାରଣରେ ଟାର୍ଗେଟ କରିବା ଆରମ୍ଭ କରିଥିଲେ। ଏହାକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ନିକଟରେ ଅନୁଷ୍ଠିତ ବିଧାନ ପରିଷଦ ନିର୍ବାଚନକୁ ନେଇ ଉଭୟଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଥିଲା। ରାଜଭର ତାଙ୍କ ପୁଅ ଅରବିନ୍ଦ ରାଜଭରଙ୍କୁ ବିଧାନ ପରିଷଦକୁ ପଠାଇବାକୁ ଚାହୁଁଥିଲେ, କିନ୍ତୁ ଅଖିଳେଶ ତାଙ୍କ ସ୍ଥାନରେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀଙ୍କୁ ପଠାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସାମରେ ୧୦ ମାସର ଶିଶୁ HMPV ଭାଇରସରେ ଆକ୍ରାନ୍ତ

ନୂଆଦିଲ୍ଲୀ,୧୧।୧: ଦେଶରେ HMPV ଭାଇରସର ମାମଲା ନିରନ୍ତର ରିପୋର୍ଟ ହେଉଛି। ଏହି ସମୟରେ ଆସାମରେ ମଧ୍ୟ ଏକ ମାମଲା ସାମ୍ନାକୁ ଆସିଛି। ଲଖିମପୁରରେ ଜଣେ ୧୦...

ଥିଲେ ଯେଉଁଠି, ଫେରିଲେ ସେଇଠିକି ଫେରିଲେ ରଘୁବର

ଭୁବନେଶ୍ୱର,୧୦ା୧(ସୁନିତ୍‌ ମିଶ୍ର):ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଥିଲେ ଯେଉଁଠି ସେଇଠିକି ଫେରିଯାଇଛନ୍ତି। ପୂର୍ବରୁ ଭାଜପା ନେତା ତଥା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଥିବା ରଘୁବର ଦାସ...

ନାଲିଆଖି ଦେଖାଇଲା ବାଂଲାଦେଶ: ଭାରତର ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କଲେ ୟୁନୁସ ସରକାର

ଢାକା,୧୧।୧: ପାଣିପାଗ ବିଭାଗର ୧୫୦ ବର୍ଷ ପୂରଣ ଉପଲକ୍ଷେ ଭାରତରେ ଆୟୋଜିତ ହେଉଥିବା ସେମିନାରରେ ବାଂଲାଦେଶୀ ଅଧିକାରୀମାନେ ଯୋଗଦେବେ ନାହିଁ। ୟୁନୁସ ସରକାରଙ୍କ ବାଂଲାଦେଶର ଅଧିକାରୀମାନେ...

୨୧୬ କୋଟି ଟଙ୍କା ଚାନ୍ଦା ପାଇଛନ୍ତି ଆଞ୍ଚଳିକ ଦଳ

ନୂଆଦିଲ୍ଲୀ୧୧।୧: ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ୨୦୨୨-୨୩ ଆର୍ଥତ୍କ ବର୍ଷରେ ୨୧୬ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚାନ୍ଦା ପାଇଥିବା ଘୋଷଣା କରିଛନ୍ତି। ଚାନ୍ଦାରୁ ଜେଏମ୍‌ଏମ୍‌, ଜେଜେପି, ଟିଡିପି...

ମହାରାଷ୍ଟ୍ରରେ ଭାଜପାର ବିଜୟ ପାଇଁ ଆର୍‌ଏସ୍‌ଏସ୍‌କୁ ଶ୍ରେୟ ଦେଲେ ପାଓ୍ବାର

ମୁମ୍ବାଇ,୧୧।୧: ଏନ୍‌ସିପି(ଏସ୍‌ପି) ଅଧ୍ୟକ୍ଷ ଶରଦ ପାଓ୍ବାର ଏକ ଆଶ୍ଚର୍ଯ୍ୟ ଘଟଣାକ୍ରମରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପାର ବଡ଼ ବିଜୟ ପାଇଁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)କୁ...

ନିଜକୁ ଗୁଳି କଲେ ବିଧାୟକ! ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର

ଲୁଧିଆନା,୧୧।୧(ଅରୁଣ ସାହୁ):ପଞ୍ଜାବର ଲୁଧିଆନା ପଶ୍ଚିମ ନିର୍ବାଚନମଣ୍ଡଳୀର ଆମ ଆଦମୀ ପାର୍ଟି (ଆପ) ବିଧାୟକ ଗୁରୁପ୍ରୀତ ଗୋଗୀଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି। ବିଧାୟକ...

ମୁଁ ମଣିଷ, ଭୁଲ୍‌ କରିପାରେ; କାହିଁକି ଏମିତି କହିଲେ ମୋଦି

ନୂଆଦିଲ୍ଲୀ,୧୧।୧:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ପୋଡ୍‌କାଷ୍ଟ ଜରିଆରେ ନିଜ ଜୀବନୀ ଓ ରାଜନୀତି ସମ୍ପର୍କରେ କେତେକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଜିରୋଧା ସହପ୍ରତିଷ୍ଠାତା...

ତଳକୁ ଖସୁଛି ଟଙ୍କା: ସର୍ବକାଳୀନ ରେକର୍ଡ ଭାଙ୍ଗିଲା

ମୁମ୍ବାଇ,୧୧ା୧:ଭାରତୀୟ ଟଙ୍କା ଶୁକ୍ରବାର ତଳକୁ ଖସିବାର ସର୍ବକାଳୀନ ରେକର୍ଡ ପୁଣି ଭାଙ୍ଗିଛି। ଆମେରିକୀୟ ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ ୮୫.୯୭ ଟଙ୍କା ରହିଛି। ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image