Categories: ଜାତୀୟ

କରୋନା ରୋଗୀଙ୍କ ଅନ୍ତିମ ସଂସ୍କାର ପାଇଁ ଘଣ୍ଟା ଘଣ୍ଟା କରିବାକୁ ପଡ଼ୁଛି ଅପେକ୍ଷା

ଲକ୍ଷ୍ନୌ, ୮।୪: ଉତ୍ତରପ୍ରଦେଶରେ ବଢୁଥିବା କରୋନା ମାମଲା ଚିନ୍ତାର କାରଣ ପାଲଟିଛି। ସଂକ୍ରମଣର ରୋକିବା ପାଇଁ ସରକାର ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି। ଯେଉଁ ଜିଲା ଗୁଡିକରେ ୫୦୦ରୁ ଅଧିକ ରୋଗୀ ଅଛନ୍ତି ସେଠାରେ ନାଇଟ କର୍ଫ୍ୟୁ ଲାଗୁ କରିବାକୁ ଅନୁମତି ଦିଆଯାଇଛି। ଏପର୍ଯ୍ୟନ୍ତ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ ଏବଂ କାନପୁରରେ ଏହା ଘୋଷଣା କରାଯାଇଛି। ଏସବୁ ମଧ୍ୟରେ, ଯେଉଁମାନେ କରୋନା ସଂକ୍ରମଣରେ ମୃତ୍ୟୁବରଣ କରୁଛନ୍ତି, ସେମାନଙ୍କ ଅନ୍ତିମ ସଂସ୍କାର ପାଇଁ ନାହିଁି ନ ଥିବା ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି। କରୋନା ରୋଗୀଙ୍କ ମୃତଦେହ ବୈଦ୍ୟୁତିକ ଚୁଲା ପୋଡା ଯାଉଛି। ମାତ୍ର ଲକ୍ଷ୍ନୌର ଭୈସାକୁଣ୍ଡ ବୈକୁଣ୍ଠ ଧାମରେ ଥିବା ବୈଦ୍ୟୁତିକ ମେଶିନ ଖରାପ ହୋଇଯାଇଥିବା ଯୋଗୁ କେବଳ ଗୋଟିଏ ମେଶିନ ଚାଲୁଛି। ଯେଉଁଥିପାଇଁ ଅନ୍ତିମ ସଂସ୍କାର ପାଇଁ ଆସୁଥିବା ପରିବାରକୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡିବ।

Share