ବଡ ବ୍ରେକ୍‌କୁ ଅପେକ୍ଷା

କଥାରେ ଅଛି ଅପେକ୍ଷା ଫଳ ମିଠା। ହେଲେ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିବାର ଆବଶ୍ୟକତା ରହିଛି। ୟା ଭିତରେ ତାଙ୍କୁ ଯେତିକି ସୁଯୋଗ ମିଳିଛି ସେ ତାହାର ସଦୁପଯୋଗ କରିଛନ୍ତି ଏବଂ ନିଜ ଅଭିନୟ ଦକ୍ଷତା ଦେଖାଇବାରେ ମଧ୍ୟ ସକ୍ଷମ ହୋଇଛନ୍ତି। ସେ ହେଲେ ରାଧା ଗୋବିନ୍ଦ ଦାସ (ଦୀପୁ)। ମାତ୍ର ତିନି ବର୍ଷ ପୂର୍ବେ ତାଙ୍କୁ ଧାରାବାହିକ ‘ତୋ ପାଇଁ ମୁଁ’ରେ ଏକ ଖଳନାୟକ ଭୂମିକାଟିଏ ମିଳିଥିଲା। ପ୍ରଥମ ସୁଯୋଗରେ ହିଁ ସେ ଦଶର୍କଙ୍କ ମନ ଜିଣି ନେଇଥିଲେ। ଏ ନେଇ ସେ କହନ୍ତି, ‘ମୋତେ ଯେଉଁଭଳି ଭୂମିକା ମିଳୁ ତାହାକୁ ମୁଁ ସବୁବେଳେ ସିରିୟସଲି ନେଇଥାଏ। କାରଣ ନିଜ ରୋଲ୍‌ରେ ନିଜେ ହଜିଗଲେ ହିଁ ତାହାକୁ ଶତ ପ୍ରତିଶତ ଜଷ୍ଟିସ ଦେଇପାରିବେ। ଯଦିଓ ଏବେ ନେଗେଟିଭ ରୋଲ୍‌ ମିଳୁଛି, ତଥାପି ସବୁ ପ୍ରକାର ଭୂମିକା ତୁଲାଇ ପାରିବି।’ ଯାଜପୁରରେ ଜନ୍ମିତ ରାଧାଗୋବିନ୍ଦଙ୍କୁ ଧାରାବାହିକ ‘ତୋ ଦେହେ ବୋଳିଦେ ମୋ ଦେହ କଳା’ରେ ଜମିଦାର ଚରିତ୍ରରେ ଦେଖିବାକୁ ମିଳିଥିଲା। ବର୍ତ୍ତମାନ ଜୀ ସାର୍ଥକ ଚ୍ୟାନେଲରେ ପ୍ରସାରିତ ହେଉଥିବା ଧାରାବାହିକ ‘ଖୁସିର ଛୁଙ୍କ’ରେ ଜଣେ ଜମି ବ୍ରୋକର ଭୂମିକାରେ ଅଭିନୟ କରୁଛନ୍ତି। ‘ଯଦି ମୋତେ ବଡ ବ୍ରେକ୍‌ ମିଳେ ତେବେ ତାହାକୁ ତୁଲାଇବାର ଦକ୍ଷତା ବି ମୋର ଅଛି ବୋଲି କହନ୍ତି ସେ। ’

Share