ଅନୁକମ୍ପା ରାଶିକୁ ଅପେକ୍ଷା

ଢେଙ୍କାନାଳ,୨୮।୭(ରତନ ନାୟାର): ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ଦେଉଛନ୍ତି ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା। ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ)ଙ୍କ ପକ୍ଷରୁ ଏ ସମ୍ପର୍କିତ ଅର୍ଥରାଶି ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଥାଏ। ବ୍ୟବଚ୍ଛେଦ ରିପୋର୍ଟ, ପୋଲିସ ତଦନ୍ତରୁ ଦୁର୍ଘଟଣା ବୋଲି ସ୍ପଷ୍ଟ ହେବା ପରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଜରିଆରେ ଏହି ଅର୍ଥ ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା। ହେଲେ ଢେଙ୍କାନାଳ ଜିଲାରେ ୨ ବର୍ଷ ହେଲା ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ରିପୋର୍ଟ ଦାଖଲରେ ବିଳମ୍ବ କାରଣରୁ ୧୨ ମୃତକଙ୍କ ପରିବାର ଏହି ଅନୁକମ୍ପାମୂଳକ ସହାୟତା ରାଶି ପାଇବାରୁ ବଞ୍ଚତ୍ତ ହୋଇ ରହିଛନ୍ତି।
ଢେଙ୍କାନାଳ ଜିଲା ଦେଇ ଯାଇଥିବା ଦୁଇ ଜାତୀୟ ରାଜପଥ ୫୩ ଏବଂ ୫୫ରେ ଦୁର୍ଘଟଣା ଜୀବନ ନେଉଛି। ୨୦୨୩ ବର୍ଷରେ ଅଦ୍ୟାବଧି ଏହି କାରଣରୁ ୧୦୩ ଜଣଙ୍କ ମୃତ୍ୟୁ ଘଟିଲାଣି। ଅନୁରୂପ ଭାବେ ବ୍ୟସ୍ତବହୁଳ ପୂର୍ତ୍ତ ବିଭାଗ ରାସ୍ତା ମଧ୍ୟ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି। ତେବେ ଅଜଣା ଗାଡ଼ି ଧକ୍କାରେ ଯଦି କାହାର ଆକସ୍ମିକ ମୃତ୍ୟୁ ଘଟେ ତା’ହେଲେ ଏଥିରେ ସିଧାସଳଖ ପ୍ରଭାବିତ ହୁଅନ୍ତି ସମ୍ପୃକ୍ତ ମୃତକଙ୍କ ପରିବାର। ଯଦି ବ୍ୟକ୍ତିଜଣକ ଘରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବେ, ତେବେ ଆର୍ଥିକ ଅବସ୍ଥା ଦୋହଲିଯିବା ସ୍ବାଭାବିକ। ତେଣୁ ଏଭଳି ଦୁଃଖଦ ପରିସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାର ଅଜଣା ଗାଡ଼ି ଧକ୍କାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ବ୍ୟବସ୍ଥା କରିଛନ୍ତି। ହେଲେ ଏଥିରେ ପୋଲିସ ତଦନ୍ତ ରିପୋର୍ଟ ଏବଂ ବ୍ୟବଚ୍ଛେଦ ରିପୋର୍ଟ ଅଡୁଆ ସୃଷ୍ଟି କରୁଛି। କାରଣ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ଜିଲାର ବିଭିନ୍ନ ବ୍ୟବଚ୍ଛେଦ କେନ୍ଦ୍ରରେ ମୃତଦେହର ପୋଷ୍ଟମର୍ଟମ କରାଯାଇଥାଏ। ସଙ୍କଟାପନ୍ନ ଅବସ୍ଥାରେ ଆହତଙ୍କୁ ଅନେକ ସମୟରେ କଟକ କିମ୍ବା ଭୁବନେଶ୍ୱର ମଧ୍ୟ ସ୍ଥାନାନ୍ତର କରିବାକୁ ପଡୁଛି। ଅନେକ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ସେମାନଙ୍କ ମୃତ୍ୟୁ ମଧ୍ୟ ଘଟୁଛି। ଫଳରେ ଉକ୍ତ ଅଞ୍ଚଳର ଥାନା ଏବଂ ମେଡିକାଲରୁ ରିପୋର୍ଟ ମିଳିବାରେ ମାସ ମାସ ଲାଗିଯାଉଛି। ବିଶେଷ କରି କଟକ ଏସ୍‌ସିବି ମେଡିକାଲ କଲେଜରୁ ବହୁ ବିଳମ୍ବରେ ରିପୋର୍ଟ ଆସୁଛି। ମୃତକଙ୍କ ପରିବାର ବିଭିନ୍ନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହେବା ପରେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ଏପରି କି ଜିଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଭିନ୍ନ ଥାନାକୁ ପତ୍ର ଲେଖି ଅବଗତ କରାଯିବା ସତ୍ତ୍ୱେ ପୋଲିସ ଏହାକୁ ଗୁରୁତ୍ୱ ଦେଉନାହିଁ। ସ୍ଥଳବିଶେଷରେ ଥାନାରୁ ସହଯୋଗ ମିଳୁ ନ ଥିବା ଅଭିଯୋଗ ହେଉଛି। ଗତ ମଙ୍ଗଳବାର ଜିଲାସ୍ତରୀୟ ସଡ଼କ ସୁରକ୍ଷା ବୈଠକରେ ଏହି ପ୍ରସଙ୍ଗ ଉଠିଥିଲା, ଯାହାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଥିଲେ ଜିଲାପାଳ ସରୋଜ କୁମାର ସେଠୀ। ସମ୍ପୃକ୍ତ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରିବା ଦିଗରେ ତ୍ୱରିତ ପଦକ୍ଷେପ ନେବା ଲାଗି ଜିଲାପାଳ ସେଠୀ ଅତିରିକ୍ତ ଏସ୍‌ପି, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ କୁମାର ମିଶ୍ର କୁହନ୍ତି, ଏଭଳି ୧୨ ମାମଲା ରହିଛି। ବ୍ୟବଚ୍ଛେଦ ଓ ତଦନ୍ତ ରିପୋର୍ଟ ମିଳିବାରେ ବିଳମ୍ବ ହେଉଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଥାନାଗୁଡ଼ିକୁ ବାରମ୍ବାର ଚିଠି ଲେଖାଯାଉଛି। ତଥାପି ରିପୋର୍ଟ ପହଞ୍ଚୁନାହିଁ। ଏ ସମ୍ପର୍କରେ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏସ୍‌ପି ଜ୍ଞାନରଞ୍ଜନ ମହାପାତ୍ର କୁହନ୍ତି, ଅଜଣା ଗାଡ଼ି ଧକ୍କାରେ ମୃତ୍ୟୁ ଘଟୁଥିବା ବ୍ୟକ୍ତିଙ୍କ ବ୍ୟବଚ୍ଛେଦ ଓ ତଦନ୍ତ ରିପୋର୍ଟ ପ୍ରଦାନ କରିବା ପାଇଁ ଜିଲାର ସମସ୍ତ ଥାନାଧିକାରୀଙ୍କୁ ଜଣାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ 

ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ...

ବିଜେଡିକୁ ଝଟକା: ଡେଲାଙ୍ଗ ବ୍ଲକ ଅଧ୍ୟକ୍ଷାଙ୍କ ପଦ ରଦ୍ଦ କଲେ କୋର୍ଟ

ଭୁବନେଶ୍ୱର,୧୯।୯: ପୁରୀ ଜିଲାର ଏକ କୋର୍ଟ ଡେଲାଙ୍ଗ ପଞ୍ଚାୟତ ସମିତି (ବ୍ଲକ) ଅଧ୍ୟକ୍ଷା ବାସନ୍ତୀ ସାହୁଙ୍କୁ ଓଡ଼ିଶା ଗ୍ରାମ ପଞ୍ଚାୟତ ଆଇନର ଦୁଇ ଶିଶୁଙ୍କ ନିୟମ...

ବୈଠକ ଅଧାରୁ ଉଠି ଆସିଲେ ବିଜେଡି ଜିଲାପରିଷଦ ସଭ୍ୟ

ଛତ୍ରପୁର,୧୯ା୯(ସନ୍ତୋଷ ପାଢ଼ୀ/ଦିଲୀପ ସାମଲ): ପ୍ରାୟ ବର୍ଷେ ହେଲା ଜିଲା ପରିଷଦ ବୈଠକ ହୋଇ ନ ଥିବା, ୭ ଦିନ ପୂର୍ବରୁ ନୋଟିସ ନ ଦେଇ ବୈଠକକୁ...

ବିଜେଡି ଛାଡିଲେ: ଭାଜପାରେ ଯୋଗଦେଲେ ଦେବେନ୍ଦ୍ର

ରିଷିଡ଼ା,୧୯ା୯/ଭବାନୀପାଟଣା,(ଉତ୍ତମ କୁମାର ଦାଶ/ସୁଶାନ୍ତ ମଲ୍ଲିକ)- କିଛିଦିନ ତଳେ ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ବିଜେଡି ଛାଡି ଭାଜପାରେ ଯୋଗ ଦେଇଥିଲେ। ଏହା ପରଠାରୁ ତାଙ୍କ...

ପ୍ରବଳ ବର୍ଷା: ଭୁଶୁଡ଼ିଲା ଘର କାନ୍ଥ

ରିଷିଡ଼ା,୧୯ା୯ (ସୁଶାନ୍ତ ମଲ୍ଲିକ): ପ୍ରବଳ ବର୍ଷା ଯୋଗୁ ମାଟିକାନ୍ଥ ଭୁଶୁଡିପଡ଼ିଲା। ଫଳରେ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏଭଳି ଘଟଣା ଘଟିଛି କଳାହାଣ୍ଡି ଜିଲା...

ଗାଁ ମୁହାଁ ଭାଲୁ, ଲୋକେ ଭୟଭିତ

କୋକସରା,୧୯।୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କନ୍ଦାବୁଟ୍ରା ପଞ୍ଚାୟତ ଘୁର୍ଲୁଗୁଡା ନିକଟ ଚାଷଜମିକୁ ଲାଗି ରହିଥିବା ପଡ଼ିଆରେ ଏକ ଭାଲୁ ଖାଦ୍ୟ ଅନ୍ବେଷଣରେ...

ସ୍ତ୍ରୀଙ୍କୁ ହତ୍ୟା କରି ପ୍ରମାଣ ନଷ୍ଟ ପାଇଁ ମୃତଦେହ ଆଣି ରାସ୍ତାକଡ଼ରେ ଫିଙ୍ଗିଥିଲେ ସ୍ବାମୀ: ପୋଲିସ ହାତରେ ଲାଗିଲା ବଡ଼ ପ୍ରମାଣ

କୋଣାର୍କ,୧୯।୯: କୋଣାର୍କ ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଜବତ ଘଟଣାର ପୋଲିସ ଗୁରୁବାର ପର୍ଦ୍ଦାଫାଶ କରିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ସ୍ବାମୀ ହତ୍ୟାକାଣ୍ଡ ଘଟାଇଥିବା ଜଣାପଡିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri