ଗଞ୍ଜାମ,୧୪।୩ (ଡି.ଏନ୍.ଏ.): ଗରିବ ଜନସାଧାରଣଙ୍କ ପାଇଁ ସରକାର ଆହାର ଯୋଜନା ପ୍ରଣୟନ କରିଛନ୍ତି । ଏଥିରେ ଜଣେ ଲୋକ ୫ ଟଙ୍କା ଦେଇ ଖାଇପାରିବେ।
ଏ ନେଇ ଗଞ୍ଜାମ ଜିଲା ଜୟଶ୍ରୀ ଛକରେ ସରକାର ୨୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନୂତନ ଆହାର କେନ୍ଦ୍ର ନିର୍ମାଣ କରିଛନ୍ତି। ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ବି ତାହା କାର୍ଯ୍ୟକ୍ଷମ ହୋଇନି । ମିନିଷ୍ଟାଡିୟମଠାରେ ଅସ୍ଥାୟୀ ଆହାର କେନ୍ଦ୍ର ଖୋଲା ଯାଇଛି । ଯାହା ଫଳରେ ପିଲାମାନଙ୍କ ଖେଳକୁଦରେ ବାଧା ସୃଷ୍ଟି ହେଉଛି। ଏଥିପାଇଁ ନୂତନ ଆହାର କେନ୍ଦ୍ର ଶୀଘ୍ର କାର୍ଯ୍ୟକ୍ଷମ ନିମନ୍ତେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।