ସୁଯୋଗ ଅପେକ୍ଷାରେ ଜରିନ

ବଲିଉଡ୍‌ ଅଭିନେତ୍ରୀ ଜରିନ ଏବେ ସୁଯୋଗ ଅପେକ୍ଷାରେ ଅଛନ୍ତି। କାମ କରିବା ପାଇଁ ତାଙ୍କୁ ଅଫର ମିଳୁ ନ ଥିବା ଅଭିନେତ୍ରୀ ପରୋକ୍ଷ ଭାବେ ଗଣମାଧ୍ୟମକୁ ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି। ଫିଲ୍ମରେ ଆଶାନୁରୂପ ସଫଳତା ନ ମିଳିବା ପରେ ଜରିନ ଏବେ ଓ୍ବେବ୍‌ ସିରିଜ୍‌ରେ କ୍ୟାରିୟର ଗଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସାକ୍ଷାତ୍‌କାରରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଫିଲ୍ମ ଅପେକ୍ଷା ଓ୍ବେବ୍‌ ସିରିଜ୍‌ର ଲୋକପ୍ରିୟତା ବଢ଼ିଛି। ବହୁତ୍‌ଗୁଡ଼ିଏ ନାରୀକୈନ୍ଦ୍ରିକ ସିରିଜ୍‌ ପାଇଁ ଅନେକ କାହାଣୀ ଲେଖାଯାଉଛି। ତେବେ ସେହିପରି ଏକ ସିରିଜ୍‌ରେ କାମ କରିବକାର ସୁଯୋଗ ମିଳିବା ଅପେକ୍ଷାରେ ଅଛନ୍ତି ବୋଲି ସେ କହିଛନ୍ତି।
ଜରିନଙ୍କ ଦ୍ୱାରା ଅଭିନୀତ ‘ହମ୍‌ ଭି ଅକେଲେ ତୁମ୍‌ ଭି ଅକେଲେ’ ଓଟିଟିରେ ରିଲିଜ୍‌ ହୋଇଛି, ଯାହାପରେ ଓ୍ବେବ୍‌ ସିରିଜ୍‌କୁ ନେଇ ଜରିନ୍‌ଙ୍କ ଆଶା ବଢିଥିବା ଦେଖିବାକୁ ମିଳିଛି। ଫିଲ୍ମ ବୀରରୁ ଜରିନ୍‌ ନିଜ ଫିଲ୍ମି କ୍ୟାରିୟର ଆରମ୍ଭ କରିଥିଲେ। ସେହି ଫିଲ୍ମରେ ଜରିନଙ୍କ ସହ ସଲମାନ ଖାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା।

Share