ରେଳମନ୍ତ୍ରୀଙ୍କ ସ୍ପଷ୍ଟୀକରଣକୁ ଅପେକ୍ଷା

ଭୁବନେଶ୍ୱର, ୨୧।୮(ବ୍ୟୁରୋ):୧୯୯୬ରେ କେନ୍ଦ୍ରରେ ଏଚ୍‌.ଡି. ଦେବେଗୌଡ଼ାଙ୍କ ସରକାର ଥିବାବେଳେ ଦେଶରେ ୭ଟି ନୂଆ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଗଲା। ଏହି ୭ଟି ମଧ୍ୟରୁ ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ୍‌ ୧୯୯୬ ଅଗଷ୍ଟ ୮ ଭୁବନେଶ୍ୱରରେ ଉଦ୍‌ଘାଟିତ ହେଲା। ଉଦ୍‌ଘାଟନୀ ଉତ୍ସବରେ ଦେବେଗୌଡ଼ା, ତତ୍କାଳୀନ ରେଳମନ୍ତ୍ରୀ ରାମବିଳାସ ପାଶ୍ୱାନ, ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ, କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ ବିଶିଷ୍ଟ ଅତିଥି ଭାବେ ବିଜୁ ପଟ୍ଟନାୟକ ଉପସ୍ଥିତ ଥିଲେ। ଏହି ଇଷ୍ଟକୋଷ୍ଟ ରେଲଓ୍ବେ ଜୋନ ୩ଟି ଡିଭିଜନକୁ ନେଇ ଗଠନ କରାଯାଇଥିଲା। ସେଗୁଡିକ ହେଲା ଓ୍ବାଲ୍ଟିୟର, ଖୋର୍ଦ୍ଧା ରୋଡ୍‌ ଓ ସମ୍ବଲପୁର ଡିଭିଜନ। ଏହା ଓଡ଼ିଶାବାସୀଙ୍କ ଦୀର୍ଘଦିନର ଦାବି ଥିଲା। ବର୍ତ୍ତମାନ ପୂର୍ବତଟ ରେଳପଥ ଭାରତର ୧୭ଟି ରେଳ ଜୋନ୍‌ ମଧ୍ୟରୁ ଏକ ନମ୍ବରରେ ରହିଛି। ଏହାର ବାର୍ଷିକ ଲାଭ ୨୫ ହଜାର କୋଟି ଟଙ୍କାରୁ ଅଧିକ। ହେଲେ ଓ୍ବାଲ୍ଟିୟର ଡିଭିଜନ ଦକ୍ଷିଣ ତଟ ରେଲଓ୍ବେ ଜୋନ୍‌ରେ ମିଶାଇଦେବାକୁ କେନ୍ଦ୍ର ନିଷ୍ପତ୍ତି ନେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ସାଧାରଣରେ ଏହାକୁ ନେଇ ଲୋକମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଆନ୍ଧ୍ରପ୍ରଦେଶରେ ଏକ ନୂତନ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଘୋଷଣା ହେଲା। ଏହାର ନାମ ଦକ୍ଷିଣ ତଟ ରେଲଓ୍ବେ ଜୋନ୍‌। ଏହି ରେଲଓ୍ବେ ଜୋନ୍‌ରେ ଇଷ୍ଟକୋଷ୍ଟ ଜୋନ୍‌ରେ ଥିବା ଓ୍ବାଲ୍ଟିୟର ଡିଭିଜନକୁ ମିଶାଇ ଦିଆଯିବା ଲାଗି ନିଷ୍ପତ୍ତି ହୋଇସାରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି। ଓ୍ବାଲ୍ଟିୟର ଡିଭିଜନର ଓଡ଼ିଶା ଅଞ୍ଚଳକୁ ନେଇ ରାୟଗଡ଼ାରେ ଏକ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବାକୁ ଘୋଷଣା କରାଯାଇଛି। ଓ୍ବାଲ୍ଟିଅର ଡିଭିଜନ ଇଷ୍ଟକୋଷ୍ଟ ଜୋନ୍‌ରୁ ଚାଲିଯିବା ଫଳରେ ବାର୍ଷିକ ୫ ହଜାର କୋଟି ଟଙ୍କା କ୍ଷତି ହେବା ଆଶଙ୍କା ରହିଥିବା ଜଣେ ବରିଷ୍ଠ ରେଲଓ୍ବେ ଅଧିକରୀ ସୂଚନା ଦେଇଛନ୍ତି। ଏହା ବ୍ୟତୀତ ବିଶାଖାପାଟଣାମ୍‌ଠାରେ ଥିବା ଇଷ୍ଟକୋଷ୍ଟ ରେଲଓ୍ବେର ଦୁଇ ଲୋକୋ ସେଟ୍‌ ଏବଂ କୋଚ୍‌ ରିପ୍ୟାରିଂ ଓ ସର୍ଭିସିଂ ସେଣ୍ଟର ମଧ୍ୟ ହାତରୁ ଚାଲିଯିବ। ଏହାଦ୍ୱାରା ଇଷ୍ଟକୋଷ୍ଟ ଜୋନ୍‌ ଏକପ୍ରକାର ପଙ୍ଗୁ ପାଲଟିଯିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏହି ନିଷ୍ପତ୍ତିକୁ ରେଲଓ୍ବେର ଇଣ୍ଟରନାଲ କମିଟି ଏବଂ ରାଜ୍ୟ ସରକାର ମଧ୍ୟ ଘୋର ବିରୋଧ କରିଥିବା ଓଡ଼ିଶାର ଆଇଟି ବିଭାଗର ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ମତ ରଖିଛନ୍ତି।
ବର୍ତ୍ତମାନର ନୂଆ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୪ ଦିନିଆ ଓଡ଼ିଶା ଗସ୍ତରେ ଅଛନ୍ତି। ଭାଜପା ଜନ ଆଶୀର୍ବାଦ ଯାତ୍ରା କାର୍ଯ୍ୟକ୍ରମରେ ସେ ଯୋଗଦେଇଛନ୍ତି। ଏହି ଗସ୍ତ ଅବସରରେ ସେ ଟ୍ରେନ ଯୋଗେ ବିଭିନ୍ନ ଜିଲା ଗସ୍ତକରି ବହୁ ସମସ୍ୟା ସମ୍ପର୍କରେ ପଚାରି ବୁଝୁଛନ୍ତି। ଯେହେତୁ ସେ ଓଡ଼ିଶାରୁ ରାଜ୍ୟ ସଭାକୁ ଯାଇ କେନ୍ଦ୍ରରେ ରେଳମନ୍ତ୍ରୀ ହୋଇଛନ୍ତି, ଓଡ଼ିଆମାନେ ତାଙ୍କଠାରୁ ବହୁ କିଛି ଆଶା ରଖିଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ରେଳ ବିକାଶରେ ଓଡ଼ିଶା ପାଇଁ ସେ କ’ଣ କରିବେ ନ କରିବେ ତାହା ଭବିଷ୍ୟତରେ ସମୀକ୍ଷା ହେବ। ହେଲେ ବର୍ତ୍ତମାନର ସମସ୍ୟା ଯଥା ଇଷ୍ଟକୋଷ୍ଟ ରେଲଓ୍ବେରୁ ଓ୍ବାଲ୍ଟିଇର ଡିଭିଜନ ସମ୍ପର୍କରେ ଆଭିମୁଖ୍ୟ ସ୍ପଷ୍ଟ କରିବାର ଆବଶ୍ୟକତା ଥିବା ସାଧାରଣରେ ମତ ପ୍ରକାଶ ପାଉଛି। ଯଦି କେନ୍ଦ୍ର ସରକାର ଏକ ରାଜ୍ୟ-କେନ୍ଦ୍ରିକ ରେଲଓ୍ବେ ଜୋନ୍‌ ପ୍ରତିଷ୍ଠା କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ତେବେ ଓଡ଼ିଶାର ଯେଉଁ ଅଞ୍ଚଳ ଚକ୍ରଧରପୁର ଓ ଖଡଗପୁର ଡିଭିଜନରେ ରହିଛି, ତାକୁ ଇଷ୍ଟକୋଷ୍ଟ ଜୋନ୍‌ରେ ମିଶାଇଦେଇ ପୁଣିଥରେ ୩ଟି ଡିଭିଜନ ଯଥା ରାଉରକେଲା, ମୟୂରଭଞ୍ଜ ଓ ଭଦ୍ରକକୁ ନେଇ ବାଲେଶ୍ୱରଠାରେ ପ୍ରତିଷ୍ଠା କରାଯାଇପାରନ୍ତା। ଏ ସମ୍ପର୍କରେ ରେଳମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ସମୟରେ ଜନସାଧାରଣଙ୍କୁ ସ୍ପଷ୍ଟ କରାନ୍ତୁ ବୋଲି କେତେଜଣ ସରକାରୀ କର୍ମଚାରୀ ମଧ୍ୟ କହିଛନ୍ତି। ଏନେଇ ରେଳମନ୍ତ୍ରୀଙ୍କ ଟେଲିଫୋନ ନମ୍ବର ୯୯୭୧୧୩୩୦୭୦କୁ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଭରତପୁର ଘଟଣା: ନିଲମ୍ବନ ହଟାଇବାକୁ …

ଭୁବନେଶ୍ୱର,୨୧।୯: ଓଡ଼ିଶା ପୋଲିସ ସଂଘର ସଂଗଠନ ସମ୍ପାଦକ ଉମେଶ ଚନ୍ଦ୍ର ସାହୁ ଶନିବାର ପ୍ରେସମିଟ୍‌ କରିଛନ୍ତି। ଆର୍ମି ମେଜର ଓ ବାନ୍ଧବୀଙ୍କ ପ୍ରତି ହୋଇଥିବା ଘଟଣା...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ପୋଲିସ ଉପରକୁ ଅଣ୍ଡା, ଟମାଟୋ ମାଡ଼ କଲା କଂଗ୍ରେସ

ଭୁବନେଶ୍ୱର,୨୧।୯: ଭରତପୁର ଥାନା କାଣ୍ଡ ପ୍ରତିବାଦରେ ଶନିବାର କଂଗ୍ରେସ ଅଣ୍ଡା ଟମାଟୋ ମାଡ଼ କରିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ପାଇଁ ଯିବା ବେଳେ ଅଣ୍ଡା ଟମାଟୋ...

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ସୂଚନା; ବଦଳିବ ରିଲିଫ୍‌ର ନାଁ, ଏଣିକି କୁହାଯିବ…

ଭୁବନେଶ୍ୱର,୨୧ା୯: ରାଜସ୍ବ ମନ୍ତ୍ରୀ ସୁରେଜ ପୂଜାରୀ ଶନିବାର ଏକ ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି ରିଲିଫ୍‌ କୋଡ୍‌ର ନାଁ ପରିବର୍ତ୍ତନ ହେବ। ଏଣିକି ଆଉ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଥାନାକୁ ଆସିବା ପୂର୍ବରୁ ମେଜର-ବାନ୍ଧବୀଙ୍କ ଭିଡିଓ ଭାଇରାଲ, କିଛି ରୋଡ୍‌ ରୋମିଓ…

ଭୁବନେଶ୍ୱର,୨୧ା୯: ଭରତପୁର ଥାନାକୁ ଜଣେ ମେଜର ଏବଂ ତାଙ୍କ ବାନ୍ଧବୀ ଏତଲା ଦେବାକୁ ଆସି ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ଦିନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri