Categories: ଜାତୀୟ

ସ୍ଥିତି ସୁଧୁରିବାକୁ ଅପେକ୍ଷା

ନୂଆଦିଲ୍ଲୀ, ୨୯।୧୧: ଜମ୍ମୁ-କଶ୍ମୀରରେ କିଛିଦିନ ହେଲା ନିର୍ଦ୍ଦିଷ୍ଟ ଗୋଷ୍ଠୀଙ୍କୁ ଟାର୍ଗେଟ କରାଯାଉଛି। ଏହି ହିଂସା ବନ୍ଦ ହେଲେ ଉପତ୍ୟାକାରେ ଜନସାଧାରଣ ଅବାଧ ଯାତାୟାତ କରିପାରିବେ। ଏହାପରେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବ। ଏ ନେଇ ସୋମବାର ଭାଜପା ରାଜ୍ୟ ଶାଖା ପକ୍ଷରୁ କୁହାଯାଇଛି।

ସେଠାରେ ମୁଖ୍ୟତଃ ଭାଜପା କର୍ମୀଙ୍କୁ ଟାର୍ଗେଟ କରାଯାଉଛି ବୋଲି ଦଳର ସାଧାରଣ ସମ୍ପାଦକ ଅଶୋକ କୌଲ କହିଛନ୍ତି। ଅଣ କଶ୍ମୀରୀ ଓ ଅଣମୁସଲିମ୍‌ଙ୍କୁ ହତ୍ୟା କରାଯାଉଛି। ଏପରିକି କେତେକ ମୁସଲମାନମାନେ ମଧ୍ୟ ହିଂସାର ଶିକାର ହେଉଛନ୍ତି। ଭାଜପା ଏହାକୁ ବିରୋଧ କରୁଛି।

Share