ଅପେକ୍ଷାରେ ପରିଣିତି

ପରିଣିତି ଚୋପ୍ରା ଏବେ ଏକ ନୂଆ କଥା ଚିନ୍ତା କରୁଛନ୍ତି। ଯଦି ତାଙ୍କୁ ଆକ୍ସନ ଫିଲ୍ମରେ ଆକ୍ଟିଂ କରିବାର ସୁଯୋଗ ମିଳନ୍ତା, ତେବେ ସେ ନିଜ ଦକ୍ଷତା ଦେଖାଇପାରନ୍ତେ। ନିଜେ ସିନା ଏ ନେଇ ଆଗ୍ରହ ପ୍ରକାଶ କରିଛନ୍ତି, ହେଲେ ସେଭଳି ସୁଯୋଗ ମିଳିବା ହେଉଛି ବଡ କଥା। କିନ୍ତୁ ଏମିତି କ’ଣ ହେଲା ଯେ ସେ ଏଭଳି ଫିଲ୍ମରେ ଆକ୍ଟିଂ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି ? ଏ ନେଇ ପରିଣିତି କହନ୍ତି, ‘ଅବସର ସମୟରେ ମୁଁ ଆକ୍ସନଭିତ୍ତିକ ଫିଲ୍ମ ଦେଖେ॥ ବିଶେଷକରି ହଲିଉଡ୍‌ର ଆକ୍ସନଭିତ୍ତିକ ସିନେମା ମୋତେ ବେଶ୍‌ ପ୍ରଭାବିତ କରିଛି। ଆଉ ଏକ କଥା-ଆକ୍ଟିଂ ଲାଇନ୍‌ରେ ପ୍ରବେଶ କରିବା ପୂର୍ବରୁ ମୋର ଏଭଳି ଫିଲ୍ମ ପ୍ରତି ଦୁର୍ବଳତା ଥିଲା। ଆଉ ଏବେ ସେପରି ଚିତ୍ରରେ ଅଭିନୟ କରିବାକୁ ଆଶା ରଖିଛି। କେବଳ ସେତିକି ନୁହେଁ, ଭଲ ଭଲ କେତୋଟି ଆକ୍ସନଭିତ୍ତିକ କାହାଣୀ ମଧ୍ୟ ସିଲେକସନ କରିଛି। ହେଲେ ତାହାକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ପ୍ରଯୋଜକ ଯଦି ରାଜି ହୁଅନ୍ତି ତେବେ ମୋର ଆଶା ପୂରଣ ହେବ।’ ତେବେ ପରିଣିତିଙ୍କୁ ଆକ୍ସନ ରୋଲ୍‌ରେ ଦର୍ଶକ କେବେ ଦେଖିବେ ତାହା ଜାଣିବାକୁ ବାକି ରହିଲା। ଅନ୍ୟପକ୍ଷରେ ସିକୁଏଲ ଫିଲ୍ମ ‘ଶିଦ୍ଦତ-୨’ରେ ପରିଣିତିଙ୍କୁ ସନି କୌଶଲଙ୍କ ଅପୋଜିଟ୍‌ରେ ଦେଖିବାକୁ ମିଳିବ।

Share