ରୋବଟର ଚାକିରି ଛଡାଇ ନେଲେ ମହିଳା, ଏବେ ମେଶିନ ପରି କରୁଛନ୍ତି କାମ

ବେଜିଂ,୭।୧୨: ଟେକ୍ନୋଲଜି ଏବେ ମଣିଷଙ୍କ କାମ ସହଜ କରିଦେଉଛି। ବର୍ତ୍ତମାନ ଏଆଇର ଭିନ୍ନ ଏକ ବିପ୍ଲବରେ ମଣିଷଙ୍କ ରୋଜଗାର ଛଡାଇବାକୁ ବସିଲାଣି। ଏଥିସଯୋଗୁ ସବୁଠି ଛଟେଇ କରାଯାଇ ରୋବଟ କିମ୍ବା ଏଆଇ ମାଧ୍ୟମରେ ବିଭିନ୍ନ କାର୍ଯ୍ୟ କରାଯାଉଛି। ଏହାରି ଭିତରେ ଚାଇନାର ଏକ ମହିଳା ରୋବଟର ଚାକିରି ଛଡାଇ ନେଇଛନ୍ତି। ଆଉ ଏବେ ମହିଳା ଜଣକ ଠିକ୍‌ ରୋବଟ ପରି ସେଠାରେ କାମ କରୁଛନ୍ତି।
ଚାଇନାର ଚୋଙ୍ଗକିଙ୍ଗରେ ହଟପଟ ନାମକ ଏକ ରେଷ୍ଟୁରାଣ୍ଟରେ ଆଣ୍ଡ୍ରଏଡ ଓ୍ବେଟର୍ସ ନାମକୁ ଜଣେ ମହିଳା କାମ କରୁଛନ୍ତି। ସେ ପୁରା ରୋବଟଟି ଭଳି ଦେଖାଯାଉଛି। ରୋବଟଙ୍କ ଭଳି ଦେଖାଯାଉଥିବା ଏହି ମହିଳା ଗ୍ରାହକଙ୍କୁ ରେଷ୍ଟୁରାଣ୍ଟକୁ ଯେପରି ସ୍ବାଗତ କରୁଛି ଓ ଅର୍ଡର ନେଉଛି ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି। କାରଣ ମହିଳାଜଣକୁ ନିଜ ଟ୍ୟାଲେଣ୍ଟ ବଳରେ ରୋବଟ ଭଳି ବ୍ୟବହାର କରୁଛନ୍ତି। ଏହି ମହିଳା ହେଉଛନ୍ତି ୨୬ବର୍ଷିୀୟ କିନ। ଯିଏକି ଏହି ରେଷ୍ଟୁରାଣ୍ଟର ମାଲିକାଣୀ ଅଟନ୍ତି। କିନ ନିଜ ରୋବଟିକ ଡ୍ୟାନ୍ସ ଫର୍ମ ପାଇଁ ସବୁବେଳେ ଚର୍ଚ୍ଚାରେ ଥା’ନ୍ତି। କିନ ଅବିକଳ ରୋବଟ ପରି ବ୍ୟବହାର କରୁଛନ୍ତି। ରେବଟ ପରି ଗତି କରିବା ସହ ରୋବଟ ପରି ମେକଅପ ମଧ୍ୟ କରୁଛନ୍ତି। ଯାହାଯୋଗୁଁ ଲୋକେ ମଧ୍ୟ ସେ ରୋବଟ ନା ମଣିଷ ସନ୍ଦେହରେ ପଡୁଛନ୍ତି।

ଏ ସମ୍ପର୍କରେ କିନ କହିଛନ୍ତି, ଡ୍ୟାନ୍ସ ତାଙ୍କ ଜୀବନର ସବୁଠୁ ବଡ ନିଶା ଅଟେ। ସେ ୩ବର୍ଷ ପୂର୍ବେ ହଟପଟ ରେଷ୍ଟୁରାଣ୍ଟ ଖୋଲିଥିଲେ। ସେବେଠାରୁ ସେ ଏବଂ ତାଙ୍କର କିଛି ସାଙ୍ଗ ମିଶି ଗ୍ରାହକଙ୍କୁ ରେଷ୍ଟୁରାଣ୍ଟ ଆସିବା ପାଇଁ ଆପର୍ଷିତ କରିବାକୁ କିଛି ୟୁନିକ କରିବାକୁ ଚାହିଁଥିଲେ। କିନ ସେଥିରେ ତାଙ୍କ ଟ୍ୟାଲେଣ୍ଟର ପାରଦର୍ଶିତା ଦେଖାଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେଷ୍ଟୁରାଣ୍ଟକୁ ବହୁ ଲୋକ ଆସିବାକୁ ଲାଗିଲେ। ଏହି ସମୟରେ ଏପରି କହିବା କି, ରୋବଟ ମଣିଷଙ୍କ ହାତରୁ ଚାକିରି ଛଡେଇବା ପୂର୍ବରୁ କିନ ରୋବଟ ହାତରୁ ଚାକିରି ଛଡାଇ ନେଇଛନ୍ତି।

Share