ସ୍କ୍ରାପିଂ କଲେ ଟିକସ, ଜରିମାନା ଛାଡ଼

ଭୁବନେଶ୍ୱର,୬।୧୨(ଅନିଲ ଦାସ):ପୁରୁଣା ଗାଡ଼ି ଉପରେ ଥିବା ସମସ୍ତ ବକେୟା ଟିକସ ଓ ଜରିମାନା ଛାଡ଼ କରାଯିବ। ଯେଉଁ ଗାଡ଼ି ମାଲିକମାନେ ନିଜ ଗାଡ଼ିକୁ ସ୍କ୍ରାପିଂ କରିବାକୁ ଇଚ୍ଛାପ୍ରକାଶ କରିବେ ସେମାନଙ୍କ ପାଇଁ ଏହା ଲାଗୁ ହେବ। ଏହା ଦ୍ୱାରା ଟିକସ ଓ ଜରିମାନା ଭରି ନ ଥିବା ୪୬ ହଜାରରୁ ଊର୍ଦ୍ଧ୍ୱ ଗାଡ଼ି ମାଲିକ ଉପକୃତ ହେବେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ଦ୍ବାରା ବହୁ ପୁରୁଣା ଯାନଗୁଡ଼ିକର ମାଲିକମାନେ ସେମାନଙ୍କ ଗାଡ଼ିଗୁଡ଼ିକୁ ସ୍କ୍ରାପ୍‌ ଏବଂ ପଞ୍ଜୀକରଣ ରଦ୍ଦ କରିବାକୁ ଆଗ୍ରହ ଦେଖାଇବେ । ଏଥିସହିତ ଯେଉଁମାନେ ଟିକସ ପ୍ରଦାନ କରି ଗାଡ଼ି ଚଳାଇବାକୁ ଆଗ୍ରହୀ ଥିବେ ସେମାନଙ୍କ ପାଇଁ ଜରିମାନା ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହିତ ଗାଡ଼ିର ବର୍ଷ ଅନୁଯାୟୀ ଟିକସ ପରିମାଣ ମଧ୍ୟ କୋହଳ ହେବ। ସେହିପରି ଅନ୍ୟ ଯାନଗୁଡ଼ିକର ଗାଡ଼ି ମାଲିକମାନେ ଯେଉଁମାନେ ସେମାନଙ୍କ ବ୍ୟବସାୟ କରିବାକୁ ଚାହୁଁଛନ୍ତି, ସେମାନେ ଟିକସ ରିହାତି ହାରରେ ଜମା କରିପାରିବେ। ଏହାଦ୍ବାରା ପର୍ଯ୍ୟାପ୍ତ ପରିମାଣର ବକେୟା ଟିକସ ସଂଗ୍ରହ ହେବା ସହିତ ଗାଡ଼ି ମାଲିକମାନେ ଅଧିକ ଲାଭବାନ ହୋଇପାରିବେ।
ରାଜ୍ୟରେ ୫୦,୦୦୦ରୁ ଊଦ୍ଧର୍‌ବ ଗାଡ଼ି ମାଲିକଙ୍କ ଉପରେ ବକେୟା ମୋଟର ଯାନ ଟିକସ ଏବଂ ଜରିମାନା ଅନାଦାୟ ହୋଇ ପଡ଼ିରହିଛି। ୨୦୨୨ରେ ଟ୍ୟାକ୍ସ ରିକୋଭରି ନୋଟିସ୍‌ ଏବଂ ସ୍ବତନ୍ତ୍ର ଡ୍ରାଇଭ୍‌ ସତ୍ତ୍ବେ ମାତ୍ର ୪୬୬୮ ମାଲିକଙ୍କଠାରୁ ବକେୟା ଟିକସ ସଂଗ୍ରହ କରାଯାଇପାରିଛି। ଯେତେବେଳେ ଜଣେ ଗାଡ଼ି ମାଲିକ ଟିକସ ଠିକ୍‌ ସମୟରେ କିଛିଦିନ ଧରି ପଇଠ କରନ୍ତି ନାହିଁ ଏହା ପୌନଃପୁନିକ ଭାବେ ବୃଦ୍ଧି ହୁଏ। ଗାଡ଼ି ମାଲିକ ଏହାକୁ ଭରଣା କରିପାରନ୍ତି ନାହିଁ। କେତେକ କ୍ଷେତ୍ରରେ ମାଲିକମାନେ ଟିକସ ଛାଡ଼ ପାଇଁ ଅଦାଲତରେ କେସ୍‌ ଦାଏର କରନ୍ତି। ଏହା ବହୁଦିନ ଧରି ଚାଲେ। ଏହାଛଡ଼ା ଯାନବାହନଜନିତ ପ୍ରଦୂଷଣକୁ ପ୍ରତିହତ କରିବା ପାଇଁ କେନ୍ଦ୍ର ସରକାରଙ୍କ ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରଣାଳୟ ପୁରୁଣା ତଥା ପ୍ରଦୂଷଣ କରୁଥିବା ଯାନଗୁଡ଼ିକୁ ହଟାଇବା ପାଇଁ ପରାମର୍ଶ ଦେଇଛନ୍ତି। ପୁରୁଣା ଗାଡିଗୁଡ଼ିକର ଗାଡ଼ି ମାଲିକମାନଙ୍କୁ ଏଥିପାଇଁ ଆକର୍ଷିତ କରିବା ସକାଶେ ଅନାଦାୟ ଟିକସ ଛାଡ଼ ପାଇଁ ଏକକାଳୀନ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ ପରାମର୍ଶ ଦିଆଯାଇଛି। ଏହାଦ୍ବାରା ରାଜ୍ୟ ସରକାରଙ୍କ ପଞ୍ଜୀକୃତ ଯାନ ଗ୍ରାମିଂ ସୁବିଧା କେନ୍ଦ୍ରରେ ଯାନଗୁଡ଼ିକୁ ବିନା ପ୍ରଦୂଷଣରେ ବୈଜ୍ଞାନିକ ପଦ୍ଧତିରେ ସ୍କ୍ରାପ୍‌ କରାଯାଇପାରିବ।
ସହରାଞ୍ଚଳରେ ପ୍ରଦୂଷଣ ହ୍ରାସ ପାଇଁ ରାଜ୍ୟ ସରକାର ୧୫ ବର୍ଷିଆ ସମସ୍ତ ଯାନବାହନକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଛନ୍ତି। ଏଥିପାଇଁ ରାଜ୍ୟ ସରକାର ପଞ୍ଜୀକୃତ ଯାନବାହନ ସ୍କ୍ରାପିଂ ସୁବିଧା ନୀତି-୨୦୨୨ (ରେଜିଷ୍ଟର୍ଡ ଭେହିକିଲ ସ୍କ୍ରାପିଂ ଫାସିଲିଟି ପଲିସି-୨୦୨୨) ଆଣିଛନ୍ତି। ଏହି ନୀତିକୁ ୨୦୨୨ ନଭେମ୍ବର ୩୦ ତାରିଖରେ ରାଜ୍ୟ କ୍ୟାବିନେଟରେ ଅନୁମୋଦନ କରାଯାଇଛି। ସ୍କ୍ରାପିଂ କରିଥିବା ଗାଡ଼ି ମାଲିକଙ୍କୁ ନୂଆ ଗାଡ଼ି କିଣିବାକୁ ପ୍ରୋତ୍ସାହନ ଦିଆଯିବ। ଯାନବାହନଜନିତ ବାୟୁ ପ୍ରଦୂଷଣ ହ୍ରାସ କରିବାରେ ମଧ୍ୟ ଏହି ନୀତି ପ୍ରମୁଖ ଭୂମିକା ଗ୍ରହଣ କରିବ। ୧୫ ବର୍ଷ ପୂରଣ କରିଥିବା ସମସ୍ତ ପୁରୁଣା ଗାଡ଼ିକୁ ସ୍କ୍ରାପ କରିବାକୁ ପଡ଼ିବ। ସ୍କ୍ରାପିଂ କରିଥିବା ବ୍ୟକ୍ତିମାନଙ୍କୁ ନୂଆ ଗାଡ଼ି କିଣିବା ପାଇଁ ଏହି ନୀତିରେ ସ୍ବତନ୍ତ୍ର ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି। ଏହା ସତ୍ତ୍ୱେ ଟିକସ ବାକିଥିବା ବହୁ ପୁରୁଣା ଗାଡ଼ିମାଲିକମାନେ ସ୍କ୍ରାପିଂ କରିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଟିକସ ଓ ଜରିମାନା ଛାଡ଼ ହେବା ପରେ ଏଥିପାଇଁ ଆଗ୍ରହ ବଢ଼ିବ ବୋଲି ସରକାର ଆଶା କରିଛନ୍ତି।
ଏହାକୁ ଦୃଷ୍ଟିରେ ରଖି ବାଣିଜ୍ୟ ଏବଂ ପରିବହନ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିିଛି। ଏଥିସହିତ କ୍ୟାବିନେଟରେ ମୋଟ ୧୧ଟି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ୧୫ ବିଚାରପତି

ନୂଆଦିଲ୍ଲୀ, ୧୬।୪ (ପି.ଟି.):ଭାରତରେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ କେବଳ ୧୫ ଜଣ ବିଚାରପତି ରହିଛନ୍ତି। ମଙ୍ଗଳବାର ଜାରି ହୋଇଥିବା ‘ଇଣ୍ଡିଆ ଜଷ୍ଟିସ୍‌ ରିପୋର୍ଟ ୨୦୨୫’ରୁ...

ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି

ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ...

ଶରଣକୁଳ ଥାନା ଏସ୍‌ଆଇଙ୍କୁ ଧରିଲା ଭିଜିଲାନ୍ସ: ମାମଲାରେ ସହଯୋଗ ପାଇଁ ଲାନେଉଥିଲେ…

ଭୁବନେଶ୍ୱର,୧୬।୪(ସତ୍ୟଜିତ୍‌ ରାଉତ): ଏକ ଆପରାଧିକ ମାମଲାରେ ସହଯୋଗ କରିବା ପାଇଁ ବିଚାରବିଭାଗୀୟ ହାଜତରେ ଥିବା ଜଣେ ଅଭିଯୁକ୍ତଙ୍କ ଝିଅଙ୍କଠୁ ୪ ହଜାର ଟଙ୍କା ଲାଞ୍ଚ ନେବାବେଳେ...

ନ୍ୟାଶନାଲ ହେରାଲ୍ଡ ମାମଲା: ସୋନିଆ, ରାହୁଲଙ୍କ ନାଁରେ ଇଡିର ଚାର୍ଜଶିଟ୍‌

ନୂଆଦିଲ୍ଲୀ,୧୬।୪:ନ୍ୟାଶନାଲ ହେରାଲ୍ଡ ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସ୍ବତନ୍ତ୍ର ଅଦାଲତରେ ଚାର୍ଜଶିଟ୍‌ ଦାଖଲ କରିଛି। ଉକ୍ତ ଚାର୍ଜଶିଟ୍‌ରେ କଂଗ୍ରେସ ଏମ୍‌ପି ସୋନିଆ ଗାନ୍ଧୀ, ରାହୁଲ...

ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ,୧୬।୪(ରତନ ନାୟାର): ଢେଙ୍କାନାଳ ଜିଲା ଆଠମଲ୍ଲିକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘରେ ବୁଧବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ...

ବିଭିନ୍ନ ଦାବି ନେଇ କଂଗ୍ରେସର ମଶାଲ ଶୋଭାଯାତ୍ରା

ଭଞ୍ଜନଗର,୧୬।୪(ବାବୁଲା ପ୍ରଧାନ):ସୋରଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସୋରଡ଼ା ଏବଂ ବେଲଗୁଣ୍ଠାରେ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାତିରେ ମଶାଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଥିଲା। ନାରୀ ସୁରକ୍ଷା ଓ...

SHG ମହିଳାଙ୍କ ପାଇଁ ଖୁସି ଖବର: ବିନା ସୁଧରେ ସରକାର ଦେବେ ୧୦ ଲକ୍ଷ ଟଙ୍କା ଋଣ

ଭୁବନେଶ୍ୱର, ୧୫ା୪(ସୁନିତ୍‌ ମିଶ୍ର):ମହିଳା ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍‌ଏଚ୍‌ଜି)ଗୁଡ଼ିକ ପାଇଁ ସୁଧମୁକ୍ତ ଋଣ ବ୍ୟବସ୍ଥାକୁ ରାଜ୍ୟ ସରକାର ଜାରି ରଖିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ...

ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image