ସ୍ବାମୀ ଓ୍ବାଜିଦ୍‌ ଖାନ୍‌ଙ୍କ ସମ୍ପତ୍ତି ପାଇଁ ହାଇକୋର୍ଟ ଗଲେ ସ୍ତ୍ରୀ, ଦିଅରଙ୍କ ଉପରେ ଲଗାଇଲେ…

ବମ୍ବେ: ଦିବଂଗତ ସ୍ବାମୀଙ୍କ ସମ୍ପତ୍ତିରେ ଅଧିକାର ଆବଶ୍ୟକ। ଏଥିପାଇଁ କୋର୍ଟରେ ପହଞ୍ଚିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ ଖାନ୍‌ଙ୍କ ସ୍ତ୍ରୀ କମଲ ରୁଖ। ଶାଶୁ ଏବଂ ଦିଅର ସମ୍ପତ୍ତିରୁ ଅଧିକାର ମାଗନ୍ତୁ ବୋଲି ସେ ଚାହୁଁ ନ ଥିବା କୋର୍ଟକୁ କହିିଛନ୍ତି। ଏଣୁ ସେ ତାଙ୍କୁଉତ୍ତରାଧିକାରୀ ପ୍ରମାଣପତ୍ର ଦେବାକୁ ଦାବି କରିଛନ୍ତି। ଏହି ମାମଲାରେ ବମ୍ବେ ହାଇକୋର୍ଟ ଓ୍ବାଜିଦ୍‌ଙ୍କ ଭାଇ ଏବଂ ମା’ଙ୍କୁ ଏପ୍ରିଲ ୨୧ ପର୍ଯ୍ୟନ୍ତ ଜବାବ ଦାଖଲ କରିବାକୁ କହିଛନ୍ତି।

କମଲ ରୁଖ ବିବାହ ପରେ ନିଜର ଧର୍ମ ପରିବର୍ତ୍ତନ କରିନାହାନ୍ତି। ଏଣୁ ଓ୍ବାଜିଦ୍‌ଙ୍କ ମା’ ତାଙ୍କୁ ବୋହୂ ରୂପେ ଗ୍ରହଣ କରୁନାହାନ୍ତି। ଫଳରେ ସେମାନେ ପରିବାରଠାରୁ ଅଲଗା ରହୁଥିଲେ। ମା’ଙ୍କ ଖୁସି ପାଇଁ ଓ୍ବାଜିଦ୍‌ ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେବାକୁ ଆବେଦନ କରିଥିଲେ। ଏହାସତ୍ତ୍ୱେ ଉଭୟ ଏକାଠି ରହୁଥିଲେ। ଏହି ସମୟ ମଧ୍ୟରେ ଓ୍ବାଜିଦ୍‌ଙ୍କ ନିଧନ ହୋଇଥିଲା। ଏଣୁ ଛାଡ଼ପତ୍ର ଆବେଦନକୁ ରଦ୍ଦ କରିଦିଆଯାଇଥିଲା।

ତେବେ ଓ୍ବାଜିଦ ଭାଇ ସାଜିଦଙ୍କ ସହ ମିଶି ଅନେକ ସମ୍ପତ୍ତି କରିଥିଲେ। ଏବେ ସାଜିଦ ଭାଗ ନେବା ଭୟରେ କମଲ ରୁଖ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି। ଏପ୍ରିଲ ୨୩ରେ କୋର୍ଟ ଆଗାମୀ ଶୁଣାଣି କରିବେ ବୋଲି ଜଣାପଡ଼ିଛି।

Share