ଗଞ୍ଜାମ,୧୮।୫(ଡି.ଏନ୍.ଏ.): ମହାମାରୀ କରୋନା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି l କରୋନା କଟକଣା ତଥା ସାମାଜିକ ଦୂରତ୍ୱ ଲାଗି ଗଞ୍ଜାମ ଏନ୍ଏସି ପ୍ରଶାସନ ସହରର ଉଠା ଦୋକାନୀଙ୍କୁ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମକୁ ପରିବା ବିକ୍ରି ପାଇଁ ପଠାଉଛନ୍ତି। ଡହଡହ ଖରାରେ ବ୍ୟବସାୟୀ ବିକ୍ରି ପାଇଁ ବସୁଛନ୍ତି। ଏନ୍ଏସି ପ୍ରଶାସନ ସେମାନଙ୍କ ନିମନ୍ତେ କିଛି ବିକଳ୍ପ ବ୍ୟବସ୍ଥା ନ କରିବାରୁ ବ୍ୟବସାୟୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି l ଏଥିସହିତ ଭେଣ୍ଡିଂ ଜୋନ ନିର୍ମାଣ କରି ସେମାନଙ୍କୁ ଥଇଥାନ କରିବାକୁ ଉଠା ଦୋକାନୀ ସଙ୍ଘ ଦାବି କରିଛନ୍ତି l