ମୁଖ୍ୟମନ୍ତ୍ରୀଙ୍କ ଜିଲାରେ ଅପରାଧୀ ହେବେ ସାବାଡ଼: ବୁଲିବ ବାଇକ୍‌ ପିସିଆର୍‌

କେନ୍ଦୁଝର,୧୧।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଦିନକୁ ଦିନ କେନ୍ଦୁଝରରେ ବଢୁଛି ଅପରାଧ। ଯେଉଁ ଜାଗାକୁ ପିସିଆର୍‌ ଭ୍ୟାନ୍‌ ଯାଇପାରିବ ନାହିଁ ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ। ଏହାକୁ ଆଖିଆଗରେ ରଖି ସୋମବାର କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ଏକ ବଡ଼ ପଦକ୍ଷେପ ନେଇଛି ।

ଅପରାଧ ଭିଆଉଥିବା ଜାଗାରେ ଖୁବ ଶୀଘ୍ର ପହଞ୍ଚିବା ପାଇଁ ଆରମ୍ଭ ହୋଇଛି ଅତ୍ୟାଧୁନିକ ବାଇକ୍‌ ପିସିଆର ସେବା। କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳରେ ୧୦ଟି ପିସିଆର୍‌ ବାଇକ୍‌ ସେବା ସୋମବାର ଆରମ୍ଭ ହୋଇଛି। ବାଇକ୍‌ରେ ଲାଗିଛି ସ୍ବତନ୍ତ୍ର କ୍ୟାମେରା, ସାଇରନ୍‌, ୱାକିଟକି, ଜିପିଏସ୍‌ ଭଳି ସେବା।

ବାଇକ୍‌ ପିସିଆର୍‌ ଯୋଗେ ପୋଲିସ ପାଟ୍ରୋଲିଂକୁ ଏବେ ଜୋରଦାର କରିବ। ଟାଉନ ଥାନା ଅଞ୍ଚଳର ଲୋକେ ୧୧୨କୁ କଲ୍‌ କରି ଏହି ସେବା ପାଇପାରିବେ। ଏହି ସେବା ଦ୍ବାରା ଅପରାଧ ନିୟନ୍ତ୍ରଣ ହୋଇ ପାରିବ ବୋଲି ପିସିଆର୍‌ ସେବା ଡିଏସ୍‌ପି ଜିତେନ୍ଦ୍ର କୁମାର ଦଳେଇ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଚାଲାଣ: ବନ ବିଭାଗର ଚଢାଉ, ୨ ହାଇୱା, ଟ୍ରାକ୍ଟର ଜବତ

ପାଟଣା,୨୬୪(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ତହସିଲ ଅନ୍ତର୍ଗତ ବୈତରଣୀ ନଦୀର ଡୁମୁରିଆ ଘାଟରୁ ଶନିବାର ସକାଳୁ ବେଆଇନ ଭାବେ ଚୋରାବାଲି ଉତ୍ତୋଳନ କରି ଚାଲାଣ ସମୟରେ...

‘କଶ୍ମୀର ଆମର ଥିଲା, ଅଛି ଏବଂ ରହିବ, ଆଗାମୀ ଛୁଟିରେ ସେଠାକୁ ହିଁ ଯିବି’

ମୁମ୍ବାଇ: ଜମ୍ମୁ କଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି ନିର୍ଦ୍ଦୋଶ ନାଗରିକ। ଏହାକୁ ନେଇ ସାରାଦେଶରେ ପ୍ରତିବାଦର ସ୍ବର ଗୁଞ୍ଜରିତ ହେଉଛି। ସାଧାରଣଲୋକଠାରୁ ଆରମ୍ଭ...

ଜବରଦଖଲ: ଜଳ ନିଷ୍କାସନରେ ବାଧା, ଫସଲହାନି

ପଟ୍ଟାମୁଣ୍ଡାଇ, ୨୬ା୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ ଅଳଭା ଗ୍ରାମର ବିଲବାଡିରେ ବର୍ଷସାରା ଜଳ ଜମି ରହି ବହୁ ଏକର ଚାଷଜମୀ ନଷ୍ଟ...

ଗର୍ଭବତୀ ନାବାଳିକାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା କାର୍ଡ

ନବରଙ୍ଗପୁର,୨୬ା୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ଅଞ୍ଚଳର ଜଣେ ୧୬ ବର୍ଷୀୟା ନାବାଳିକା ଏବେ ୩ ମାସର ଗର୍ଭବତୀ। ତାଙ୍କ ନାମରେ ରହିଛି ମାଆ ଓ ଶିଶୁ ସୁରକ୍ଷା...

IPLର ଗୋଟିଏ ମ୍ୟାଚ୍‌ ପାଇଁ ମୋଟାଅଙ୍କର ଦରମା ନିଅନ୍ତି ଅମ୍ପାୟାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୪: ଭାରତରେ କ୍ରିକେଟରମାନେ ଘରୋଇ, ଅନ୍ତର୍ଜାତୀୟ କ୍ରିକେଟ ଏବଂ IPLରୁ ପ୍ରଚୁର ଟଙ୍କା ରୋଜଗାର କରନ୍ତି। ଏଠାରେ ଅମ୍ପାୟାରମାନେ ମଧ୍ୟ ଟଙ୍କା ରୋଜଗାର କରିବାରେ ପଛରେ...

ଗରିବଙ୍କ E-KYC ଭୁଲ୍‌ରେ କଟିଥିଲେ ଜଣାନ୍ତୁ: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୬ା୪: E-KYCରେ ଗରିବଙ୍କ ରାଶନକାର୍ଡ କଟିଯିବା ଅଭିଯୋଗ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଯେଉଁ ଗରିବଙ୍କର E-KYC କଟିଛି ମୋତେ କୁହନ୍ତୁ। ଆମ...

ଧରିତ୍ରୀ ପ୍ରଭାବ: ଖବର ପ୍ରସାରଣ ପରେ ତତ୍ପରତା ଦେଖାଇଲା ପ୍ରଶାସନ

ଥୁଆମୂଳ ରାମପୁର,୨୬ା୪(ଦୁର୍ଗା କୀର୍ତ୍ତି): ଖବର ପ୍ରସାର ପରେ ବ୍ଲକ ପ୍ରଶାସନ ସାଙ୍ଗେ ସାଙ୍ଗେ ତତ୍ପରତା ଦେଖାଇ ଦୁର୍ଗମ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ...

ଫାଇନାଲ ମୋଡରେ ଯୁଦ୍ଧ, ପାକିସ୍ତାନ ଛାନିଆ, ଚାଇନାଠାରୁ ଆଣିଲା ମାରାତ୍ମକ ଯୁଦ୍ଧାସ୍ତ୍ର

ଇସଲାମବାଦ,୨୬।୪: ପହଲଗାମ ଆକ୍ରମଣ ପରେ ଭାରତ-ପାକ୍‌ ଉତ୍ତେଜନା ବୃଦ୍ଧି ପାଉଥିବା ମଧ୍ୟରେ, ପାକିସ୍ତାନ ଚାଇନା ଠାରୁ 100 ରୁ ଅଧିକ PL-15 ଲମ୍ବା ରେଞ୍ଜ ଏୟାର-ଟୁ-ଏୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image