ଭୁବନେଶ୍ୱର,୩୦।୩: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବାଲ୍କୋ ମେଡିକାଲ ସେଣ୍ଟର (ବିଏମ୍ସି) ପକ୍ଷରୁ ଏକ ଦିନିକିଆ ଓ୍ବାକାଥନ୍ ‘ଓ୍ବାକ୍ ଫର୍ ଏ ଲାଇଫ-୨୦୨୪’ର ଆୟୋଜନ ମାର୍ଚ୍ଚ ୩୧ରେ ଛତିଶଗଡ଼ର ରାୟପୁରଠାରେ ଆୟୋଜିତ ହେବାକୁ ଯାଉଛି। ବିଶେଷକରି କର୍କଟ ସଚେତନତା ପାଇଁ ବିଏମ୍ସି ଦ୍ୱାରା ଏହି ଓ୍ବାକାଥନ୍ର ଆୟୋଜନ ହେଉଛି। ଏପରିକି ସହରର ପ୍ରମୁଖ ବିଦ୍ୟାଳୟ, କଲେଜ ଏବଂ ସାମାଜିକ ଅନୁଷ୍ଠାନଗୁଡିକ ଏହି ସଚେତନତା ପଦଯାତ୍ରାରେ ସାମିଲହେବା କାର୍ଯ୍ୟକ୍ରମ ରହିଛି। ସେହିଭଳି କର୍କଟ ରୋଗୀଙ୍କ ମନୋବଳ ବଢ଼ାଇବା ପାଇଁ ବିଏମ୍ସି ପ୍ରତିବର୍ଷ ଏଭଳି କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିଥାଏ। ଏପରିକି ପ୍ରତିଯୋଗୀମାନଙ୍କ ସ୍ବାସ୍ଥ୍ୟ ପ୍ରତି ବିଶେଷ ଯତ୍ନନେବା ସହ ଜୁମ୍ବା, ଯୋଗ ଏବଂ ବ୍ୟାୟାମ ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ ହୋଇଛି। ଉକ୍ତ କାର୍ଯ୍ୟକ୍ରମର ଏକ ଅଂଶ ହେବାକୁ ଉତ୍ସାହୀ ଓ ଆଶାୟୀ ପ୍ରତିଯୋଗୀ ୨୦୨୪ ମାର୍ଚ୍ଚ ୩୧ସକାଳ ୬ଘଟିକା ସମୟରେ ରାୟପୁରର ତେଲିବନ୍ଦା ଲେକ୍ସ୍ଥିତ ମେରାଇନ୍ ଡ୍ରାଇଭ୍ ନିକଟରେ ପହଞ୍ଚତ୍ବାକୁ ହେବ। ଏ ସମ୍ପର୍କରେ ସବିଶେଷ ସୂଚନା କିମ୍ବା ଓ୍ବାକାଥନ୍ରେ ଅଂଶଗ୍ରହଣ ପାଇଁ ୮୨୮୨୮୨୪୪୪୪କୁ କଲ୍କରି ଆବଶ୍ୟକ ତଥ୍ୟ ସଂଗ୍ରହ କରିପାରିବେ ବୋଲି ବିଏମ୍ସି ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।