ନୂଆଦିଲ୍ଲୀ,୨୫।୪ : ଟିକାକରଣ ପ୍ରକ୍ରିୟାରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ ଅନଲାଇନ ରେଜିଷ୍ଟ୍ରେଶନ ବାଧ୍ୟତାମୂଳକ କରାଯାଇଛି। ଆସନ୍ତା ମେ’ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୩ୟ ପର୍ଯ୍ୟାୟ ଟିକାକରଣ ଲାଗି ହସ୍ପିଟାଲରେ କୌଣସି ରେଜିଷ୍ଟ୍ରେଶନ କରାଯିବ ନାହିଁ। ଏ ନେଇ ରବିବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର।
କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ମାଧ୍ୟମରେ ୩ୟ ପର୍ଯ୍ୟାୟ ଟିକାକରଣର ନିୟମ ଓ ରଣନୀତି ସମ୍ପର୍କରେ ଅବଗତ କରାଇଛନ୍ତି। ଫଳରେ ଟିକା କେନ୍ଦ୍ରରେ କୋଓ୍ବିନ ଓ୍ବେବସାଇଟ୍ ଓ ଆରୋଗ୍ୟ ସେତୁ ଆପ ମାଧ୍ୟମରେ ରେଜିଷ୍ଟ୍ରେଶନ କରାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ହିଁ ଟିକା ଦିଆଯିବ।