Categories: ଫୁରସତ

ସିଗାରେଟ୍‌ ପାଇଁ ସ୍ପେନ୍‌ରୁ ଇଟାଲୀ ଚାଲି ପଳେଇଲେ ଯୁବକ, ଗଣିଲେ ଏତିକି ଜରିମାନା

ପ୍ୟାରିସ୍‌: ସାରା ବିଶ୍ୱରେ କରୋନା ଭାଇରସ୍‌ ପୁଣି ଥରେ ଆତଙ୍କ ଖେଳାଇ ଚାଲିଛି। ଏହି ସମୟରେ ଲୋକେ ଘରୁ ନ ବାହାରିବା ପାଇଁ କଟକଣା ଲାଗୁ କରାଯାଇଛି। କେବଳ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ନିୟମକୁ କିଛି ସମୟ କୋହଳ କରାଯାଉଛି। କିନ୍ତୁ ଫ୍ରାନ୍ସର ଜଣେ ଯୁବକ ସାମାନ୍ୟ ସିଗାରେଟ୍‌ ଆଣିବା ପାଇଁ ଏହି ନିୟମ ଉଲ୍ଲଂଘନ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି।
ଦକ୍ଷିଣ ଫ୍ରାନ୍ସର ପେର୍ପିଗ୍ନସ ସହରରେ ଏହି ଘଟଣା ଦେଖିବାକୁ ମିଳିଛି। ଏହି ବଜାରରେ ସିଗାରେଟ୍‌ ମିଳିଲାନି। ଫଳରେ ଜଣେ ଯୁବକ ଚାଲି ଚାଲି ଫ୍ରାନ୍ସରୁ ଇଟାଲୀ ପଳେଇଲେ। ଏହି ସମୟରେ ପୋଲିସ ତାଙ୍କୁ ଧରି ନେବା ସହ ତାଙ୍କଠାରୁ ଜରିମାନା ଆଦାୟ କରିଛି। ପୋଲିସ ସଂପୃକ୍ତ ଯୁବକଙ୍କଠାରୁ ପ୍ରାୟ ୧୨୦ ୟୁରୋ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୧,୦୦୦ ଟଙ୍କା ଜରିମାନା ଆଦାୟ କରିଛି।

Share