Categories: ବାଣିଜ୍ୟ

ୟୁବିଆଇ ପକ୍ଷରୁ ୱାକାଥନ

ଭୁବନେଶ୍ୱର, ୬।୧୧: ୟୁନିୟନ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ସତର୍କତା ସଚେତନତା ସପ୍ତାହ ନିକଟରେ ପାଳିତ ହୋଇଯାଇଛି। ୟୁବିଆଇ ଭୁବନେଶ୍ୱର ସହରର କର୍ମଚାରୀମାନଙ୍କ ପାଇଁ ଏକ ମେଗା ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଉକ୍ତ ଓ୍ବାକାଥନ ରୁପାଲି ଛକରୁ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ୟୁବିଆଇ କେନ୍ଦ୍ରୀୟ କାର୍ଯ୍ୟାଳୟର ସତର୍କତା ଅଧିକାରୀମାନଙ୍କ ସମେତ ଭୁବନେଶ୍ୱର ଅଞ୍ଚଳ ମୁଖ୍ୟ ସର୍ଭେଶ ରଞ୍ଜନ, ଉପ ଅଞ୍ଚଳ ମୁଖ୍ୟ ଆର୍‌.ଦେବରାଜ ଏବଂ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ନିରଞ୍ଜନ ବାରିକ, ଉପ କ୍ଷେତ୍ରୀୟ ମୁଖ୍ୟ ଜିତେନ୍ଦ୍ର କୁମାର ସାମଲ, ଏମ୍‌ ଏଲ୍‌ ପି ମୁଖ୍ୟ ହରେରାମ ଶାହା, ଆର୍‌ ଏଲ୍‌ ପି ମୁଖ୍ୟ ହରେକୃଷ୍ଣ ପାହିଙ୍କ ସମେତ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର ଅଧିକାରୀ, ଶାଖା ମୁଖ୍ୟ ଏବଂ ଭୁବନେଶ୍ୱର ସହରସ୍ଥିତ ସମସ୍ତ ଶାଖାର କର୍ମଚାରୀମାନେ ୱାକାଥନ୍‌ରେ ଯୋଗ ଦେଇଥିଲେ।

Share