ୟୁବିଆଇ ପକ୍ଷରୁ ୱାକାଥନ୍‌

ଭୁବନେଶ୍ୱର,୫।୧୧: ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ୟୁବିଆଇ)ର ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଏକ ମେଗା ୱାକାଥନ୍‌ର ଆୟୋଜନ କରାଯାଇଥିଲା। ଏଥିରେ ୟୁବିଆଇ କ୍ଷେତ୍ରୀୟ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସମେତ ବ୍ରହ୍ମପୁର ସହର ଓ ଉପକଣ୍ଠରେ ଥିବା ଶାଖା ଏବଂ ଆର୍‌ଏଲ୍‌ପି ଓ ଏମ୍‌ଏଲ୍‌ପି, ଏଏଲ୍‌ପି ସହିତ ଅନ୍ୟ ସମସ୍ତ କର୍ମଚାରୀ ଯୋଗଦେଇଥିଲେ। ଅପରପକ୍ଷରେ ୱାକାଥନ୍‌ କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇ ଟାଟା ବେଞ୍ଜ ଛକ, ଗିରି ରୋଡ୍‌, ଷ୍ଟେଶନ ରୋଡ୍‌, ଖଲ୍ଲିକୋଟ କଲେଜ, ସୁବାରାଓ ଛକ, ଜନନ ହସ୍ପିଟାଲ ରୋଡ୍‌ ଦେଇ କ୍ଷେତ୍ରୀୟ କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା। ଏହି ପରିପ୍ରେକ୍ଷୀରେ କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ସତ୍ୟବ୍ରତ ସାମଲ ସତର୍କତା ସଚେତନତା ସପ୍ତାହ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ। ବର୍ତ୍ତମାନ ସମୟରେ ସମସ୍ତ କର୍ମଚାରୀ ତଥା ଷ୍ଟେକ୍‌ ହୋଲ୍ଡର, ଗ୍ରାହକ ଏବଂ ଖାତା ଧାରକଙ୍କ ସୁବିଧା ହେତୁ ସତର୍କତା ଆଦି ବିଷୟରେ ସେ ବିସ୍ତୃତ ଆଲୋଚନା କରିବା ସହ ଦେଶରୁ ଲାଞ୍ଚ ଭଳି କୁପ୍ରଥାର ମୂଳୋପତ୍ାଟନ ପାଇଁ ଆହ୍ବାନ କରିଥିଲେ। ଚଳିତ ବର୍ଷର ଥିମ୍‌ ‘ଦୁର୍ନୀତିକୁ ବିରୋଧ କରିବା-ରାଷ୍ଟ୍ର ପ୍ରତି ସମର୍ପିତ ହେବା’ ଶୀର୍ଷକ ବିଷୟବସ୍ତୁ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ବ୍ୟାଙ୍କର ଆଞ୍ଚଳିକ ସତର୍କତା ବିଭାଗର ମୁଖ୍ୟ ପ୍ରବନ୍ଧକ ସଞ୍ଜୀବ କୁମାର ସାହୁ, ସତର୍କତା ସପ୍ତାହ ପାଳନର ତାତ୍ପର୍ଯ୍ୟ ତଥା ବର୍ତ୍ତମାନ ପରିପ୍ରେକ୍ଷୀରେ ଏହାର ଆନୁଷଙ୍ଗିକତା ବିଷୟରେ ଆଲୋକପାତକରି ବ୍ୟାଙ୍କରେ ଏହାର ପ୍ରୟୋଗ ବିଷୟରେ ବିସ୍ତୃତ ଭାବେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବ୍ୟାଙ୍କର ଉପ କ୍ଷେତ୍ରୀୟ ମୁଖ୍ୟ ମେଘରାଇ ମାର୍ଣ୍ଡିଙ୍କ ସମେତ ସମସ୍ତ ବିଭାଗୀୟ ମୁଖ୍ୟ ଉକ୍ତ ୱାକାଥନ୍‌ରେ ଉପସ୍ଥିତ ଥିଲେ।

Share