Advertisement

ପ୍ରତିଦିନ ୬ ହଜାରରୁ ୯ ହଜାର ଷ୍ଟେପ୍‌ ଚାଲିଲେ ରହିବନି ହାର୍ଟ ଆଟାକ ଆଶଙ୍କା: ରିପୋର୍ଟ…

ଓ୍ବାଶିଂଟନ,୧୨।୧ : ପ୍ରତିଦିନ ଛଅରୁ ନଅ ହଜାର ଷ୍ଟେପ୍‌ ଚାଲିବା ଦ୍ୱାରା ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା କମିଯାଇଥାଏ। ସର୍କୁଲେଶନ ପତ୍ରିକାରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଏହା ପ୍ରକାଶ ପାଇଛି। ଏହି ଅଧ୍ୟୟନ ଆମେରିକା ଏବଂ ୪୨ ଟି ଦେଶର ୨୦ ହଜାରରୁ ଅଧିକ ଲୋକଙ୍କ ଉପରେ କରାଯାଇଥିଲା।

ଅଧ୍ୟୟନର ଅଂଶଗ୍ରହଣକାରୀମାନଙ୍କର ହାରାହାରି ବୟସ ୬୩ ବର୍ଷ ଥିଲା। ସେମାନଙ୍କ ମଧ୍ୟରେ ୫୨ ପ୍ରତିଶତ ମହିଳା ଥିଲେ ବୋଲି ମାସାଚୁସେଟ୍ସ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ. ଅମାଣ୍ଡା ପାଲୁଚ କହିଛନ୍ତି। ଯେଉଁମାନେ ଦିନକୁ ୬ ରୁ ୯ ହଜାର ଷ୍ଟେପ ଚାଲୁଥିଲେ, ସେମାନଙ୍କଠାରେ ଦିନକୁ ୨ ହଜାର ଷ୍ଟେପ ଚାଲୁଥିବା ଲୋକଙ୍କ ତୁଳନାରେ ହାର୍ଟ ଆଟାକ ଏବଂ ଷ୍ଟ୍ରୋକ ହେବାର ଆଶଙ୍କା ୪୦-୫୦ ପ୍ରତିଶତ କମ ଥିବା ଜଣାପଡିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share