ଓ୍ବାକିଂ ଶୁଜ୍‌ କିଣୁଥିଲେ

ବେଷ୍ଟ ରେଜଲ୍ଟ ପାଇବାକୁ ହେଲେ ଜୋତା ସବୁବେଳେ ପାଦକୁ ଫିଟ୍‌ ହେବା ଦରକାର। କାରଣ ପାଦକୁ ଫିଟ୍‌ ନ ହେଉଥିବା ଜୋତା ଶରୀର ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ସେଥିପାଇଁ ଜୋତା କିଣିବା ବେଳେ ନିଜେ ଉପସ୍ଥିତ ରହି ଟ୍ରାଏ କରିନେବା ଭଲ। ତେବେ ଜଗିଂ ପାଇଁ ସ୍ମାର୍ଟ ସ୍ପୋଟର୍‌ସ ଶୁଜ୍‌ ସବୁଠୁ ଭଲ ଅପ୍ସନ।

ପୂର୍ବରୁ ଜୋତା ପିନ୍ଧି ଅଳ୍ପ ଚାଲନ୍ତୁ। କାରଣ ରନିଂ ଶୁଜ୍‌ରେ ପାଦ ଆଗକୁ ବଢାଇବା ଏବଂ ଚାଲିବା ବେଳେ ସନ୍ତୁଳନ ରକ୍ଷା କରିବାରେ ଯେପରି ଆରାମଦାୟକ ଲାଗିବା ଦରକାର। ଏହାକୁ ନ୍ୟୁଟ୍ରାଲ୍‌ ବୋଲି କୁହାଯାଇଥାଏ।

ଜୋତାର ସପୋର୍ଟ ଠିକ୍‌ ହେବା ବି ଗୁରୁତ୍ୱପୂର୍ଣ୍ଣ। ଅର୍ଥାତ୍‌ ପାଦର ଆଗ ପଛ, ଉପର ତଳ କୌଣସି ଅଂଶ ଯେପରି ଚାପି ହୋଇ ନ ରହେ।

ରାସ୍ତା ପ୍ଲେନ୍‌ ହୋଇ ନ ଥାଏ, ପାର୍କ ହେଉ କିମ୍ବା ଅନ୍ୟ ଯେଉଁଠାରେ ଆପଣ ଚାଲିବେ ଅବା ଦୌଡିବେ ସେଠାରେ ରାସ୍ତା ଖାଲ ଢିପ ମଧ୍ୟ ଥାଇପାରେ। ତେଣୁ ଆପଣଙ୍କ ରନିଂ ଶୁଜ୍‌ ଯେପରି ସବୁ ପ୍ରକାର ରାସ୍ତାରେ ଚାଲିଲେ ସନ୍ତୁଳନ ରକ୍ଷା କରିପାରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ।

ରଖନ୍ତୁ, ଓ୍ବାକିଂ ପାଇଁ କେବେ ହିଲ୍‌ ଶୁଜ୍‌ କିଣନ୍ତୁ ନାହିଁ। ନଚେତ୍‌ ଏହାକୁ ପିନ୍ଧି ଚାଲିବା ଦ୍ୱାରା ଆଣ୍ଠୁ, ଅଣ୍ଟା ଉପରେ ଚାପ ପଡିବା ସହ ଯନ୍ତ୍ରଣା ହୋଇପାରେ।