ଭଞ୍ଜନଗର,୧୯ା୨(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଧୀନ କୃଷ୍ଣନଗର ଗ୍ରାମରେ ରବିବାର ଏକ ପାଚେରି ଭୁଶୁଡ଼ି ୩ ଭଉଣୀ-ଭାଇଙ୍କ ସମେତ ୪ଶିଶୁ ଆହତ ହୋଇଛନ୍ତି। ସେମାନେ ହେଲେ ନନ୍ଦିନୀପଲ୍ଲୀ ଗ୍ରାମର ଜମ୍ଭୁ ମୁଳିଙ୍କ ପୁଅ ରୁସନ(୪), ନନ୍ଦିନୀ ନାୟକଙ୍କ ବଡ଼ପୁଅ ରାହୁଲ(୧୨), ସାନପୁଅ କାହ୍ନୁ (୪) ଓ ଝିଅ ଲିପି(୧୦)। ଆହତମାନଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା ଡାକ୍ତର କହିଛନ୍ତି।
ମିଳିଥିବା ସୂଚନା ମୁତାବକ, ନନ୍ଦିନୀପଲ୍ଲୀରୁ ଅଭିଭାବକଙ୍କ ସହ ପିଲାମାନେ କୃଷ୍ଣନଗରରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଘର ନିକଟରେ ଖେଳୁଥିବା ବେଳେ ଏକ ପାଚେରି ଭୁଶୁଡ଼ି ପିଲାଙ୍କ ଉପରେ ପଡ଼ିଥିଲା। ପିଲାଙ୍କ କାନ୍ଦ ଶୁଣି ପରିବାର ଲୋକେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।