ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ: ଜଣେ ମୃତ

ବଡ଼ଗାଁ,୩।୧୦(ଅଶୋକ ଷଡ଼ଙ୍ଗୀ): ଲଗାଣ ବର୍ଷା ଯୋଗୁ ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଧୀନ ଜରଙ୍ଗଲୋଇ ଗ୍ରାମରେ ରହୁଥିବା କୁରୁନାଥ କଣ୍ଟାଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଛି। ଫଳରେ କାନ୍ଥ ତଳେ ଚାପି ହୋଇ କୁରୁନାଥଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ସମ୍ପର୍କୀୟ ଯୁବକ ଜଣକ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଗତ ଦୁଇଦିନ ହେଲା ବଡ଼ଗାଁ ବ୍ଲକ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ଅନେକ ବ୍ୟକ୍ତିଙ୍କ ମାଟିଘର ଧସି ପଡ଼ିଛି। ସୋମବାର ରାତିରେ ଜରଙ୍ଗଲୋଇ ଗ୍ରାମର କୁରୁନାଥଙ୍କ ଘର କାନ୍ଥ ଭୁଶୁଡ଼ି ପଡ଼ିଥିଲା। କାନ୍ଥପଡି କୁରୁନାଥ ଗୁରୁତର ହୋଇଥିଲେ। ତାଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘରେ ଥିବା ସମ୍ପର୍କୀୟ ଲକ୍ଷ୍ମୀକାନ୍ତ ଜୟପୁରିଆ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Share