ଭୁଶୁଡ଼ିଲା ପାଚେରି, ଚାଲିଗଲା ନାବାଳକଙ୍କ ଜୀବନ

ବାଲେଶ୍ୱର ଅଫିସ,୨୦ା୮: ଲଗାଣ ବର୍ଷାରେ ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ମଧୁପରା ସ୍କୁଲ ପାଚେରି ଭୁଶୁଡ଼ି ଜଣେ ନାବାଳକଙ୍କ ମୃତ୍ୟୁ ଘଟିିଛି। ଏତଦ୍‌ବ୍ୟତୀତ ପରିବାରର ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଲଗାଣ ବର୍ଷା ଯୋଗୁ ବାଲିଆପାଳର ମଧୁପୁରା ସ୍କୁଲ ପାଚେରି ନିକଟରେ ଥିବା ଏକ ବିରାଟ ଗଛ ଭୁଶୁଡ଼ି ପଡ଼ି ପାଚେରି ଉପରେ ପଡ଼ିଲା। ଫଳରେ ପାଚେରି ଭୁଶୁଡ଼ି କାନ୍ଥକୁ ଲାଗିଥିବା ଏକ ଘର ଉପରେ ପଡ଼ିଥିଲା। ଏଥିରେ ପରିବାରର ଲୋକେ ଚାପି ହୋଇ ରହିଯାଇଥିଲେ। ସ୍ଥାନୀୟ ଲୋକେ ପରିବାର ଲୋକମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ୪ ବର୍ଷର ଶିଶୁପୁତ୍ରଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ରାସ୍ତାରେ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ନେଇ ଗଁାସାରା ଶୋକର ଲହରି ଖେଳିଯାଇଛି।

Share