ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମହିଳା ଗୁରୁତର

ଖଲ୍ଲିକୋଟ,୬ା୧୦(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଅଞ୍ଚଳରେ ୩ ଦିନ ଧରି ଲଗାଣ ବର୍ଷା ଫଳରେ ଏନ୍‌ଏସି ଅନ୍ତର୍ଗତ ତୋଟାଗାଁର ଭଗବାନ ବାରିକଙ୍କ ଘର କାନ୍ଥ ଭୁଶୁଡ଼ି ପଡିଛି। ଫଳରେ ଭଗବାନଙ୍କ ସ୍ତ୍ରୀ ଆହତ ହୋଇଥିବା ବେଳେ ଝିଅ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ଅନୁଯାୟୀ, ଭଗବାନଙ୍କ ସ୍ତ୍ରୀ ଏବଂ ଝିଅ ଘରେ ଶୋଇଥିବା ସମୟରେ ଗୁରୁବାର ଭୋରରେ ଲଗାଣ ବର୍ଷା ଫଳରେ କାନ୍ଥ ଭୁଶୁଡ଼ିବା ସହ ଦୁଲା ପଡି ଯାଇଥିଲା। ଫଳରେ ଭଗବାନଙ୍କ ସ୍ତ୍ରୀ ଆହତ ହୋଇଥିଲେ। ତାଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲାରେ ଭର୍ତ୍ତି କରାଯାଇଥିଲା।

Share