ଝଡ଼ ତୋଫାନରେ ଭାଙ୍ଗିଲା କଲ୍ୟାଣ ମଣ୍ଡପ କାନ୍ଥ

ପଡ଼ିଆବାହାଲ,୫ା୬(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଯୁଯୁମୁରା ପଞ୍ଚାୟତ ସମିତି ଅଧୀନ ଡ଼ଙ୍ଗରପଡା ପଞ୍ଚାୟତର ଲିଟିମୁଣ୍ଡା ଗ୍ରାମରେ ଝଡ଼ ତୋଫାନରେ ଏକ ନିର୍ମାଣାଧୀନ କଲ୍ୟାଣ ମଣ୍ଡପ କାନ୍ଥ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି।

ଏସ୍‌ଏଫ୍‌ସି ଯୋଜନାରେ ୨୦୨୦-୨୧ ଆର୍ଥିକ ବର୍ଷରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଠିକାଦାର ଓ ନିର୍ବାହୀ ଯନ୍ତ୍ରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କଲ୍ୟାଣମଣ୍ଡପ ନିର୍ମାଣ କରାଯାଉଛି। ହେଲେ ଛାତ ପଡିବା ପୂର୍ବରୁ କାନ୍ଥ ଭାଙ୍ଗି ପଡିଯିବାରୁ ଏକ ବଡ଼ ବିପଦ ଟଳିଯାଇଥିବା ଆଲୋଚନା ହେଉଛି। ଅନ୍ୟପକ୍ଷେ ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

Share