ଭଙ୍ଗାକାନ୍ଥରେ ୱାଲ୍‌ପେଣ୍ଟିଂ

ନୟାଗଡ଼ ଅଫିସ, ୨୩ା୧୦: ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାନ୍ଥ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁରହିଛି। ତେବେ କିଛି ସ୍ଥାନରେ ଭଙ୍ଗା କାନ୍ଥରେ ୱାଲ୍‌ପେଣ୍ଟିଂ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ନୟାଗଡ଼ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ପ୍ରାଚୀର ଭାଙ୍ଗିଯାଇଥିଲା। ଏହା ଏଯାବତ ମରାମତି ହୋଇପାରି ନାହିଁ। ଏଭଳିସ୍ଥଳେ ମନ୍ଦିର ଦକ୍ଷିଣପାର୍ଶ୍ୱ ପ୍ରାଚୀରରେ ୱାଲ୍‌ପେଣ୍ଟିଂ କରାଯାଉଛି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଚୀରରେ ଫଟୋଚିତ୍ର ଶୋଭାପାଉଛି। କିନ୍ତୁ କିଛି ପ୍ରାଚୀର ନଷ୍ଟ ହୋଇଯାଇଥିଲେ ମଧ୍ୟ ତାକୁ ପ୍ରାଧାନ୍ୟ ଦିଆଯାଉନି। ଜିଲାର ବିଭିନ୍ନ ସ୍ଥାନରେ ପ୍ରାଚୀର ନଷ୍ଟ ହୋଇ ରହିଛି।
ଲୋକଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜିଲା ଓ ରାଜ୍ୟ ଐତିହ୍ୟର ଫଟୋଚିତ୍ର ଏହି ପ୍ରାଚୀରରେ କରାଯାଉଛି। କାନ୍ଥ ସୌନ୍ଦର୍ଯ୍ୟକରଣ ଏକ ଭଲ ପଦକ୍ଷେପ। ଏହା ଦ୍ୱାରା ପେଣ୍ଟରମାନେ ବି ରୋଜଗାର ପାଇଥାନ୍ତି। କିନ୍ତୁ ପେଣ୍ଟିଂ ପୂର୍ବରୁ ପ୍ରାଚୀର କେତେ ସୁରକ୍ଷିତ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ଯଦି ଏହା ଭୁଶୁଡ଼ିପଡେ ତେବେ ଫଟୋଚିତ୍ର କରି ଲାଭ କ’ଣ ବୋଲି ପ୍ରଶ୍ନ ଉଠୁଛି। ଭାଙ୍ଗିଥିବା କାନ୍ଥରେ ୱାଲପେଣ୍ଟିଂ ସରକାରୀ ଅନୁଦାନ ଅପବ୍ୟୟ ବୋଲି କୁହାଯିବ। ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଆମେ ଅନୁଧ୍ୟାନ କରିବୁ। ଯଦି କାନ୍ଥ ବିପଦସଙ୍କୁଳ ଥାଏ ଆଉ ଚିତ୍ର କରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Pahalgam Terror Attack: ମାତ୍ର ୭ ଦିନ ମଧ୍ୟରେ ପାକିସ୍ତାନ ଉପରେ ଭାରତ ନେବ କଡା ଆକ୍ସନ, କାଉଣ୍ଟଡାଉନ ଆରମ୍ଭ!

ନୂଆଦିଲ୍ଲୀ,୨୪।୪: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୁଦ୍ଧରେ ଅନେକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା, ଯାହା ପରେ ପଡ଼ୋଶୀ ଦେଶ ରାଗରେ...

ଜାତୀୟ ପଞ୍ଚାୟତରାଜ ଦିବସ: ଗ୍ରେଡ଼-ସି ପାଇଁ ମନୋନୀତ ହେଲା ୩ ପଞ୍ଚାୟତ

ଦାରିଙ୍ଗବାଡି, ୨୪।୪ (ଅରୁଣ ସାହୁ)-କନ୍ଧମାଳ ଜିଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ଠାରେ ଜାତୀୟ ପଞ୍ଚାୟତ ଦିବସ ପାଳନ ଅବସରରେ ଦାରିଙ୍ଗବାଡି ବ୍ଲକର ୩ଟି ପଞ୍ଚାୟତକୁ ଗ୍ରେଡ଼-ସି...

ବ୍ଳକସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ: ୪ ଗ୍ରାମପଞ୍ଚାୟତକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରୋତ୍ସାହନ ରାଶି ପ୍ରଦାନ

ଥୁଆମୂଳ ରାମପୁର,୨୪।୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଜାତୀୟ ପଞ୍ଚାୟତିରାଜ ଦିବସ- ୨୦୨୫ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭର୍ଚ୍ଚୁଆଲ ମୋଡ୍‌ରେ...

Pahalgam Terror Attack: ପାକିସ୍ତାନକୁ ମିଳିବ କଡା ଜବାବ? ସର୍ବଦଳୀୟ ବୈଠକରେ ରାହୁଲ-ଖାର୍ଗେ ବି ସାମିଲ

ନୂଆଦିଲ୍ଲୀ,୨୪।୪: କେନ୍ଦ୍ର ସରକାର ଗୁରୁବାର ଏକ ସର୍ବଦଳୀୟ ବୈଠକରେ Pahalgam Terror Attack ସମ୍ପର୍କରେ ରାଜନୈତିକ ଦଳର ନେତାମାନଙ୍କୁ ସୂଚନା ଦେଇଛନ୍ତି ଏବଂ ସେମାନଙ୍କ ମତାମତ...

ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା: ଦାରିଙ୍ଗବାଡ଼ି ଶିକ୍ଷକ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ଶ୍ରୀନଗରର ପହଲଗାମରେ ଆତଙ୍କବାଦୀ ପର୍ଯ୍ୟଟକଙ୍କୁ ଗୁଳିକରି ହତ୍ୟା କରିଥିବା ଓ ଏଥିରେ ବାଲେଶ୍ୱରର ପ୍ରଶାନ୍ତ ଶତପଥୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିବା ସହ ଏକାଧିକ...

ପହଲଗାମ ମୃତକଙ୍କ ସ୍ମୃତିରେ ଦୀପଦାନ-ଶୋଭାଯାତ୍ରା

ରାଇକିଆ,୨୪।୪(ପ୍ରଦୀପ ବେହେରା)-ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ପ୍ରାଣ ହରାଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି।...

ଧୂମୁଛାଇ ଉପନିର୍ବାଚନ ଫଳଫଳ: ଭାଜପା ସମର୍ଥିତ ସମିତିସଭ୍ୟ ପ୍ରାର୍ଥୀଙ୍କ ବାଜିମାତ୍‌

ବେଲଗୁଣ୍ଠା,୨୪ା୪(କୃଷ୍ଣଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଧୂମୁଛାଇ ପଞ୍ଚାୟତର ସମିତିସଭ୍ୟ ପଦବୀ ପାଇଁ ଉପନିର୍ବାଚନ ହୋଇଥିବା ବେଳେ ଆଜି ଭୋଟ୍‌ ଗଣତି କରାଯାଇ ଫଳାଫଳ...

ମୋ ସ୍ବାମୀଙ୍କୁ ଗୁଳି ମାରିବା ପରେ ହସୁଥିଲେ ଆତଙ୍କବାଦୀ: ସେଦିନର ହୃଦୟଥରା କାହାଣୀ ବଖାଣିଲେ ଶୀତଲବେନ

ଅହମଦାବାଦ,୨୪।୪: ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଗୁଜରାଟର ସୁରଟର ବାସିନ୍ଦା ଶୈଲେଶ କାଲଥିଆଙ୍କ ସମେତ ୨୬ ଜଣ ପ୍ରାଣ ହରାଇଛନ୍ତି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image