ୟୁଟ୍ୟୁବ୍‌ରେ ହିଟ୍‌ ‘ଓ୍ବାଲର୍‌ଡ ଫେମସ୍‌ ଲଭର’

ମୁମ୍ବାଇ, ୯ା୨: ବକ୍ସ ଅଫିସ୍‌ରେ ଫ୍ଲପ୍‌ ହୋଇଥିବା ସାଉଥ ଫିଲ୍ମ ‘ଓ୍ବାଲର୍‌ଡ ଫେମସ୍‌ ଲଭର’ ୟୁଟ୍ୟୁବ୍‌ରେ ହିଟ୍‌ ହୋଇଛି। ସପ୍ତାହକ ପୂର୍ବରୁ ହିନ୍ଦୀ ଭାଷାରେ ଏହି ଚଳଚ୍ଚିତ୍ର ୟୁଟ୍ୟୁବ୍‌ରେ ରିଲିଜ ହେବାରେ ଏହାକୁ ସାଢ଼େ ୬ କୋଟିରୁ ଅଧିକ ଲୋକେ ଦେଖିସାରିଲେଣି। ସାଉଥର ସିନେମାର ଲୋକପ୍ରିୟ ଅଭିନେତା ବିଜୟ ଦେବେରକୋଣ୍ଡାଙ୍କ ଏହି ଫିଲ୍ମ ଗତ ବର୍ଷ ରିଲିଜ ହୋଇଥିଲା। କିନ୍ତୁ କ୍ରାନ୍ତି ମାଧବଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ବକ୍ସ ଅଫିସ୍‌ରେ ଫ୍ଲପ ହେବା ସହ ଦର୍ଶକଙ୍କ ସମାଲୋଚନାର ଶିକାର ହୋଇଥିଲା। କିନ୍ତୁ ଏବେ ଏହାର ହିନ୍ଦୀ ଭର୍ସନୁ ଭଲ ପ୍ରତିକ୍ରିୟା ମିଳିବା ସହ ୟୁଟ୍ୟୁବରେ ଦର୍ଶକଙ୍କ ସଂଖ୍ୟା ବଢ଼ିଛି। ଅନ୍ୟପକ୍ଷରେ ବିଜୟଙ୍କୁ ଖୁବଶୀଘ୍ର ବଲିଉଡ୍‌ ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ବୋଲି ଜଣାପଡିଛି। କରଣ ଜୋହରଙ୍କ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ହେବାକୁ ଥିବା ଫିଲ୍ମ ‘ଲିଗର’ର ହିନ୍ଦୀ ଭର୍ସନରେ ବିଜୟ ବଲିଉଡ୍‌ ଅଭିନେତା ଅନନ୍ୟା ପାଣ୍ଡେଙ୍କ ସହ ସ୍କ୍ରିନ ଶେୟାର କରିବାକୁ ଯାଉଛନ୍ତି।

Share