ୱାଲଟିୟର ଡିଆରଏମ୍‌ଙ୍କ ପାରଳାଖେମୁଣ୍ଡି ଗସ୍ତ

ପାରଳାଖେମୁଣ୍ଡି,୨୦ା୩(ଗିରିଧାରୀ ପରିଚ୍ଛା): ୱାଲଟିୟର ଡିଆରଏମ ବୁଧବାର ପାରଳାଖେମୁଣ୍ଡି ଗସ୍ତରେ ଆସି ପାରଳାଖେମୁଣ୍ଡି ରେଳ ଷ୍ଟେଶନର ସମୀକ୍ଷା କରିଛନ୍ତି। ନିକଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅମୃତ ଭାରତ ଯୋଜନା ମାଧ୍ୟମରେ ପାରଳାଖେମୁଣ୍ଡି ରେଳ ଷ୍ଟେଶନକୁ ଏକ ଅତ୍ୟାଧୁନିକ ଷ୍ଟେଶନ କରିବା ସହ ସମସ୍ତ ପ୍ରକାର ସୁିଧା ସୁଯୋଗ ଯୋଗାଇଦେବା ପାଇଁ କାର୍ଯ୍ୟ ଜାରି ରହିଛି। ଏହି କାର୍ଯ୍ୟକୁ ଅନୁଧ୍ୟାନ କରିବା ପାଇଁ ପାରଳାଖେମୁଣ୍ଡି ଗସ୍ତରେ ଆସିଥିଲେ ନୂତନ ଭାବେ ୱାଲଟିୟର ଡିଭିଜନ ଦ୍ବାୟିତ୍ୱ ନେଇଥିବା ଡିଆରଏମ୍‌ ଲଳିତ ବୋରା। ସେ ମଧ୍ୟାହ୍ନରେ ନୌପଡ଼ା ଠାରୁ ପାରଳାଖେମୁଣ୍ଡି ଲାଇନର ପରିଦର୍ଶନ କରିବା ସହ ସମସ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସାରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପାରଳାଖେମୁଣ୍ଡି ଷ୍ଟେସନରେ ପହଞ୍ଚିବାପରେ ସବୁ କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ। ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଷ୍ଟେଶନରେ ସିସି ଟିଭି ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଗଣମାଧ୍ୟମ ସହ ଆଲୋଚନା ସମୟରେ ସ୍ଥାନୀୟ ଲୋକଙ୍କ ଦାବି ଅନଯାୟୀ ଷ୍ଟେଶନ ପରିସରରେ ମହାରାଜାଙ୍କ ପ୍ରତିମୂର୍ତ୍ତି ରଖିବା ସମ୍ପର୍କରେ ଉତ୍ତର ରଖି ଡିଆରଏମ୍‌ କହିଛନ୍ତି ଯେ ପାରଳାଖେମୁଣ୍ଡି ରେଳଷ୍ଟେସନ ପରିସରରେ ମହାରାଜାଙ୍କ ପ୍ରତିମୃର୍ତ୍ତି ବସାଇବା ଦାବି ସମ୍ପର୍କରେ ସେ ବର୍ତ୍ତମାନ କୌଣସି ଟିପଣି ଦେଇ ପାରିବେ ନାହଁ କମିଟିର ଆଲୋଚନା ଅନୁଯାୟୀ ପଦକକ୍ଷେପ ନିଆଯିବ। ଏହା ସହ ଗୁଣୁପୁରୁ ଠାରୁ ନୈପଡ଼ା ରେଳ ଲାଇନରେ ବେଗ ବଢ଼ାଇବା କାର୍ଯ୍ୟ ଚାଲୁରହିଥିଲେ ମଧ୍ୟ ସିଏସ୍‌ଆର ଟିମ୍‌ ଅନୁଧ୍ୟାନ ପରେ ଯାହା କାର୍ଯ୍ୟକାରୀ ହେବ। ହାଇଦ୍ରାବାଦ ଠାରୁ ବିଶାଖାପାଟଣା ଯାତାୟାତ କରୁଥିବା ଏକ୍ସପ୍ରେସ ଟ୍ରେନକୁ ପାରଳାଖେମୁଣ୍ଡି ପର୍ଯ୍ୟନ୍ତ ସମ୍ପ୍ରସାରଣ ସମ୍ପର୍କରେ ସେ କହିଥିଲେ କି ବ୍ୟବସାୟୀକ ଦୃଷ୍ଟି କୋଣ ଏବଂ ସମୟ ସମାନୁକ୍ରମେ ଏହା
ଉପରେ ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ପଡ଼ିଲା ରକ୍ତଛିଟା, ମହାପ୍ରଭୁଙ୍କର ହେଲା ବଡ଼ ମହାସ୍ନାନ

ପୁରୀ,୨୨ା୩: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ। ରକ୍ତ ଛିଟା ପଡ଼ିବାରୁ ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଣିଆ ଆପଟ ସେବକ ଝୁଣ୍ଟି ପଡ଼ିଯିବାରୁ ଆଘାତ...

ଗୋ’ସେବକଙ୍କୁ ଆକ୍ରମଣ କଲେ ଗୋଚାଲାଣକାରୀ

ଅନୁଗୋଳ,୨୨ା୩(ମାନସ ବିଶ୍ୱାସ): ଅନୁଗୋଳ ଜିଲାର ଛେଣ୍ଡିପଦା ଥାନା ଗୋଳାଗଡିଆ ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଗୋଚାଲାଣକାରୀଙ୍କ ଦ୍ବାରା ୧୭୦୦ରୁ ଊର୍ଦ୍ଧ୍ୱ ଗୋରୁ ବେଆଇନ ଚାଲାଣ କରାଯାଉଥିଲା। ଏହାର...

ତାଣ୍ଡବ ରଚିଲା କାଳବୈଶାଖୀ: ଉଡ଼ାଇ ନେଲା ଛପର, ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ

ଆନନ୍ଦପୁର,୨୨ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକର ବିଭିନ୍ନ ସ୍ଥାନରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅନେକ ଘରର ଚାଳ ଛପର ଉଡ଼ାଇ...

୨୬ରେ ଭୁବନେଶ୍ୱର ଯିବେ ଜିଲାର ଶତାଧିକ ସଦସ୍ୟା ସଦସ୍ୟ

ଦେବଗଡ଼,୨୨।୩(ଶଶାଙ୍କ ଶେଖର ଝାଙ୍କର): ଛଟେଇ ହୋଇଥିବା ବାହ୍ୟ ଠିକା କର୍ମଚାରୀମାନଙ୍କୁ ପୁନଃନିଯୁକ୍ତି, ସମାନ କାମକୁ ସମାନ ଦରମା ଏବଂ ବାହ୍ୟ ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କର୍ମଚାରୀ...

ବିିଶୃଙ୍ଖଳିତ ଶିକ୍ଷକଙ୍କୁ ତୁରନ୍ତ ବଦଳି ପାଇଁ ଜୋର୍‌ ଧରିଲା ଦାବି

ଦେବଗଡ଼,୨୨।୩(ଶଶାଙ୍କ ଶେଖର ଝାଙ୍କର): ଧାର୍ଯ୍ୟ ସମୟରୁ ଢେର ବିଳମ୍ବରେ ବିଦ୍ୟାଳୟକୁ ଆସୁଛନ୍ତି ଶିକ୍ଷକ। କେବଳ ଏତିକି ନୁହେଁ, ପାନ ଓ ଗୁଟଖା ଖାଇ ଶ୍ରେଣୀ କକ୍ଷରେ...

୨ ଦିନ ପାଇଁ ଶିମିଳିପାଳ ବନ୍ଦ

ବାରିପଦା,୨୨ା୩: ୨ ଦିନ ପାଇଁ ଶିମିଳିପାଳ ବନ୍ଦ ରହିବ। ଶନିବାର ଓ ରବିବାର ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। କାଳବୈଶାଖୀକୁ ଦୃଷ୍ଟିରେ ରଖି...

ଜାଲ୍‌ ଦସ୍ତଖତ କରି ଏସ୍‌ଏଚ୍‌ଜିରୁ ୬ ଲକ୍ଷ ଟଙ୍କା ଆତ୍ମସାତ୍‌ ଅଭିଯୋଗ

କେସିଙ୍ଗା,୨୨ା୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଫଟକାଲ ମାଲ ପଞ୍ଚାୟତ ଅଧୀନସ୍ଥ ବୋରିଂପଦର ଗ୍ରାମସ୍ଥିତ ମା’ ବୃନ୍ଦାବତୀ ସ୍ବୟଂ ସହାୟକ ଗୋଷ୍ଠୀ ବୋରିଂପଦର ଗ୍ରାମର...

ଆଶଙ୍କାରେ ଉଚ୍ଛେଦ, ଆନ୍ଦୋଳନ ପାଇଁ ସଜବାଜ

ବରଗଡ,୨୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବହୁଚର୍ଚ୍ଚିତ ଲେଙ୍ଗୁମିଶ୍ର ଛକରୁ ପୁରୁଣା ଜୀରାବ୍ରିଜ ରାସ୍ତା ଜବରଦଖଲ ଉଚ୍ଛେଦ ନେଇ ଗତ ୨୦୨୩ରୁ ଦାବି ଜୋର୍‌ ଧରି ଆସିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image