Categories: ଖେଳ

ଆଇପିଏଲ୍‌ ପୂର୍ବରୁ ବିବାହ କଲେ ଆର୍‌ସିବିର ଏହି ଷ୍ଟାର କ୍ରିକେଟର

ନୂଆଦିଲ୍ଲୀ,୯।୩: ଆଇପିଏଲ୍‌ ପୂର୍ବରୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ତାରକା ଖେଳାଳି ଓ୍ବାନିନ୍ଦୁ ହସରଙ୍ଗା। ପ୍ରେମିକା ବିଦ୍ୟା ପଦ୍ମାପେରୁମାଙ୍କ ହାତ ଧରିଛନ୍ତି ସେ। ଏବେ ଏହି ବିବାହର ଅନେକ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି। ବିବାହରେ ଓ୍ବାନିନ୍ଦୁ ଧଳା ରଙ୍ଗର ଶୁଟ୍‌ ପିନ୍ଧିଥିବା ବେଳେ ବିଦ୍ୟା ମଧ୍ୟ ଧଳା ରଙ୍ଗର ଲେହେଙ୍ଗା ପିନ୍ଧି ବେଶ ସୁନ୍ଦର ଲାଗୁଛନ୍ତି। ତେବେ ୨୫ ବର୍ଷୀୟ ଓ୍ବାନିନ୍ଦୁଙ୍କୁ ଆର୍‌ସିବି ଆଇପିଏଲ୍‌ ୨୦୨୩ ଲାଗି ରିଟେନ୍‌ କରିଛି। ଆଇପିଏଲ୍‌ ପୂର୍ବରୁ ତାଙ୍କ ବିବାହ ଖବର ଜଣାପଡ଼ିବା ପରେ କ୍ରିକେଟରଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।

Share