Categories: ଜାତୀୟ

ଡିଆର୍‌ଆଇକୁ ଫେରିଲେ ଓ୍ବାଙ୍ଖଡେ

ମୁମ୍ବାଇ, ୪ା୧: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି)ର ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ରାଜସ୍ବ ଇଣ୍ଟେଲିଜେନ୍ସ ନିର୍ଦ୍ଦେଶାଳୟ(ଡିଆର୍‌ଆଇ)କୁ ଫେରିଛନ୍ତି। ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଡ୍ରଗ୍ସ କାରବାର ଲିଙ୍କ୍‌ ସାମ୍‌ନାକୁ ଆସିବା ପରେ ୨୦୨୦ ସେପ୍ଟେମ୍ବରରେ ତାଙ୍କୁ ଏନ୍‌ସିବି ଆଞ୍ଚଳିକ ନିର୍ଦ୍ଦେଶକ ଦାୟିତ୍ୱ ମିଳିଥିଲା। ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟକାଳ ବଢ଼ାଯାଇଥିଲା। ଡିସେମ୍ବର ୩୧ରେ ଏନ୍‌ସିବି ଅଧିକାରୀ ଭାବେ ତାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ସରିଛି। ମୁମ୍ବାଇ କ୍ରୁଜ୍‌ଶିପ୍‌ରେ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ୍‌ ଅଭିନେତା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ୟନ ଖାନ୍‌ଙ୍କୁ ଗିରଫ କରିବା ପରେ ଓ୍ବାଙ୍ଖଡେ ବିବାଦରେ ଛନ୍ଦି ହୋଇପଡ଼ିଥିଲେ।

Share